ଦେଶ ବିଦେଶ

ଇସ୍ରାଏଲ୍‌-ପାଲେଷ୍ଟାଇନ୍‌ ଯୁଦ୍ଧ: ଆମେରିକା ପଠାଉଛି ଫୋର୍ଡ କ୍ୟାରିଅର ଷ୍ଟ୍ରାଇକ୍‌ ଗ୍ରୁପ୍‌; ଇସ୍ରାଏଲ୍‌କୁ କରିବ ସହାୟତା

ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହାରି ଭିତରେ ଆମେରିକା ଖୋଲାଖୋଲି ଭାବେ ଇସ୍ରାଏଲକୁ ସମର୍ଥନ କରିଛି। ଏହା ସହିତ ନିଜର ଫୋର୍ଡ କ୍ୟାରିଅର ଷ୍ଟ୍ରାଇକ ଗ୍ରୁପକୁ ପୂର୍ବ ଭୂମଧ୍ୟସାଗରକୁ ଯିବାକୁ ଆଦେଶ ଦେଇଛି, ଯଦ୍ଦ୍ଵାରା ହମାସ ଆକ୍ରମଣ ପରେ ଇସ୍ରାଏଲକୁ ସହାୟତା କରାଯାଇ ପାରିବ।

ଏହି ଯୁଦ୍ଧରେ ଏ ପର୍ଯ୍ୟନ୍ତ ୧୦୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି, ଯେଉଁଥିରେ ଅନେକ ଆମେରିକୀୟ ମଧ୍ୟ ଅଛନ୍ତି। ମିଡିଆ ରିପୋର୍ଟ ମୁତାବକ, ବିମାନବାହକ ଯୁଦ୍ଧପୋତ USS ଗେରାଲ୍ଡ ଆର୍‌ ଫୋର୍ଡକୁ ଆମେରିକା ପଠାଉଛି। ଏହା ଆମେରିକାର ସବୁଠୁ ନୂଆ ଏବଂ ଉନ୍ନତ ଯୁଦ୍ଧପୋତ। ଏଥିରେ ପାଖାପାଖି ୫୦୦୦ ନୌସୈନିକ ଅଛନ୍ତି। ଏହାସହିତ ଏହି ଯୁଦ୍ଧପୋତ ଅନେକ ହାଇଟେକ୍‌ ମିସାଇଲ୍‌ରେ ସଜ୍ଜିତ ରହିଛି। ଶତ୍ରୁର ପ୍ରତ୍ୟେକ ଆକ୍ରମଣର ଜବାବ ଦେବାକୁ ଏହା ସକ୍ଷମ।

ଯଦିଓ ଆମେରିକା କ୍ରମାଗତ ଭାବରେ ସଂଘର୍ଷକୁ ରୋକିବାକୁ ଚେଷ୍ଟା କରୁଛି, କିନ୍ତୁ ଇସ୍ରାଏଲ୍ ସରକାର ରବିବାର ଔପଚାରିକ ଭାବେ ଯୁଦ୍ଧର ଘୋଷଣା କରିଛନ୍ତି। ଏହା ସହିତ ହମାସ ବିରୋଧରେ ଜବାବି କାର୍ଯ୍ୟାନୁଷ୍ଠାନ ପାଇଁ ଗୁରୁତ୍ୱପୂର୍ଣ୍ଣ ସାମରିକ ପଦକ୍ଷେପକୁ ସବୁଜ ସଙ୍କେତ ଦେଇଛନ୍ତି।

ଆମେରିକାର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଏହି ଆକ୍ରମଣରେ ଅତି କମରେ ୪ ଜଣ ଆମେରିକୀୟ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ପ୍ରାୟ ୭ ଜଣ ନିଖୋଜ ଅଛନ୍ତି। ସେପଟେ ଫୋର୍ଡ ସହିତ ଆମେରିକା କ୍ରୁଜର USS ନର୍ମାଣ୍ଡି, ବିନାଶକାରୀ USS ଥୋମାସ ହଡନର୍, USS ରାମେଜ୍‌, USS କାର୍ନି ଏବଂ USS ରୁଜଭେଲ୍ଟ ମଧ୍ୟ ପଠାଉଛି।

କେବଳ ଏତିକି ନୁହେଁ, ଆମେରିକାର ବାୟୁସେନା F-35, F-15, F-16 ଏବଂ A-10 ମଧ୍ୟ ପଠାଯାଉଛି। ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୟଡ୍‌ ଅଷ୍ଟିନଙ୍କ ମୁତାବକ, ତାଙ୍କ ସେନା ଏପରି ପରିସ୍ଥିତି ପାଇଁ ସବୁବେଳେ ପ୍ରସ୍ତୁତ ହୋଇ ଥାଆନ୍ତି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀକୁ ଯୁଦ୍ଧ ସାମଗ୍ରୀ ସମେତ ଅତିରିକ୍ତ ଉପକରଣ ଏବଂ ସମ୍ବଳ ବହୁତ ଜଲ୍‌ଦି ପ୍ରଦାନ କରାଯିବ।

ହ୍ଵାଇଟ୍‌ ହାଉସ୍‌ ଏକ ବୟାନ ଜାରି କରି କହିଛି ଯେ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ରବିବାର ଫୋନରେ କଥା ହୋଇଛନ୍ତି।

Roshni

Recent Posts

ଜୁଆଣି ଖାଇବାର ଉପକାରିତା, ୟୁରିକ୍‌ ଏସିଡ୍‌ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମିଳିବ ମୁକ୍ତି

ଆଜିର ପରିବର୍ତ୍ତିତ ଲାଇଫ୍‌ ଷ୍ଟାଇଲ୍‌ରେ, ଯୁବକ ଠାରୁ ମଧ୍ୟମ ବୟସ୍କର ଲୋକ ସମସ୍ତେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି…

1 min ago

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ, ଦୁଃଖ ବ୍ୟକ୍ତ କଲେ ସିଏମ୍‌ ଯୋଗୀ

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…

9 mins ago

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

23 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

28 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

59 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

1 hour ago