ପୃଥିବୀ ଉପରେ ପରମାଣୁ ଯୁଦ୍ଧର କଳାବାଦଲ, ପୁଟିନଙ୍କ ଧମକ ପରେ ନଜର ରଖିଛି ଆମେରିକା ଓ ୟୁରୋପର ଗୁଇନ୍ଦା ସଂସ୍ଥା

ନୂଆଦିଲ୍ଲୀ : ପୃଥିବୀ ଉପରେ ପରମାଣୁ ଯୁଦ୍ଧର କଳାବାଦଲ, ପୁଟିନଙ୍କ ଧମକ ପରେ ନଜର ରଖିଛି ଆମେରିକା ଓ ୟୁରୋପର ଗୁଇନ୍ଦା ସଂସ୍ଥା ନୂଆଦିଲ୍ଲୀ : ପୃଥିବୀ ଉପରେ ଦେଖାଦେଇଛି ପରମାଣୁ ଯୁଦ୍ଧର କଳାବାଦଲ । ପୁଟିନଙ୍କ ଧମକ ପରେ ବଢ଼ି ଯାଇଛି ପରମାଣୁ ଯୁଦ୍ଧ ଆଶଂକା। ମୁକାବିଲା ପାଇଁ ଆମେରିକା ଓ ମିତ୍ର ରାଷ୍ଟ୍ରମାନେ ସଜାଗ । ୟୁକ୍ରେନ୍ରେ ରୁଷ୍ ସେନାର ଗତିବିଧି ଉପରେ ନଜର ରଖିଛି ଆମେରିକା ଓ ୟୁରୋପର ଗୁଇନ୍ଦା ସଂସ୍ଥା । ପୋଜସନ୍ ଉପରେ ସାଟେଲାଇଟ୍ର ନଜର ।

ଯେ କୌଣସି ମୁହୂର୍ତ୍ତରେ ପରମାଣୁ ଆକ୍ରମଣ ନିର୍ଦ୍ଦେଶ ଦେଇପାରନ୍ତି ପୁଟିନ୍ । ମସ୍କୋର ପରମାଣୁ ଧମକ ପରେ ଆମେରିକାର ଗୁଇନ୍ଦା ସକ୍ରିୟ। ରୁଷ୍ ଉପରେ ତୀକ୍ଷ୍ଣ ନଜର । କେବଳ ଆମେରିକା ନୁହେଁ, ଆମେରିକାର ମିତ୍ର ରାଷ୍ଟ୍ରମାନେ ମଧ୍ୟ ସତର୍କ। ଗୁଇନ୍ଦା କାର୍ଯ୍ୟକଳାପ ବଢ଼ାଇ ଦେଇଛନ୍ତି। ଏ ସଂପର୍କରେ ସୂଚନା ଦେଇଛନ୍ତି ଆମେରିକାର ପୂର୍ବତନ ଓ ବର୍ତ୍ତମାନର ୫ ଜଣ ଅଧିକାରୀ । ଏମାନଙ୍କ ସୂଚନା ଅନୁସାରେ, ରୁଷ ସେନାର ଗତିବିଧି ଉପରେ ନଜର ରଖାଯାଇଛି। ସ୍ପେସ୍ ଆଉ ସାଇବର ସ୍ପେସ୍ ଉପରେ ନଜର ରଖିଛି ଗୁଇନ୍ଦା ସାଟେଲାଇଟ୍ ।

ବ୍ୟାବସାୟୀକ ସାଟେଲାଇଟ୍ ମଧ୍ୟ ମୁତୟନ କରାଯାଇଛି। ପ୍ରତି ମୁହୂର୍ତ୍ତରେ ରୁଷ୍ ସେନାର ଗତିବିଧିକୁ ବିଶ୍ଲେଷଣ କରାଯାଉଛି । ୟୁକ୍ରେନ୍ ଉପରେ ଆଣବିକ ଆକ୍ରମଣ ନିର୍ଦ୍ଦେଶ ପାଇବାକୁ ପୋଜିସନ୍ ନେଉଛି କି ରୁଷ୍ ସେନା ? ଏଭଳି କିଛି ସଙ୍କେତକୁ ଅପେକ୍ଷା କରିଛନ୍ତି ଆମେରିକା ଓ ମିତ୍ର ରାଷ୍ଟ୍ରଙ୍କ ଗୁଇନ୍ଦା ସାଟେଲାଇଟ୍ ।

ଏପଟେ ୟୁକ୍ରେନ୍ର ୪ ଅଧିକୃତ ଅଞ୍ଚଳରେ ଜନମତକୁ ନେଇ ବଢ଼ିପାରେ ଉତ୍ତେଜନା । ଖେରସନ୍, ଜାପୋରଝିଆ, ଲୁହାନ୍ସ୍ ଙ୍କ ଓ ଡୋନେସ୍କରେ ସରିଛି ରୁଷ୍ର ଜନମତ ସଂଗ୍ରହ । ରୁଷ୍ ଫେଡେରେସନ୍ ସହ ସାମିଲ ହେବାକୁ ଲୋକେ ଚାହାନ୍ତି କି ନାହିଁ ସେ ନେଇ ୫ ଦିନ ଧରି ମତ ଦେଇଛନ୍ତି । ଆସନ୍ତା ୩୦ରେ ଫଳାଫଳ ଆସିବ।

ୟୁକ୍ରେନ୍ର ଏହି ୪ ଅଞ୍ଚଳ ରୁଷ୍ରେ ସାମିଲ ହେଲା ବୋଲି ସେହି ଦିନ ଘୋଷଣା କରିପାରନ୍ତି ପୁଟିନ୍ । ଆମେରିକା ସହ ପୂରା ପାଶ୍ଚାତ୍ୟ ଜଗତ ଏହାକୁ ବିରୋଧ କରୁଥିବାରୁ ପୁଟିନଙ୍କ ଘୋଷଣା ପରେ ଉତ୍ତେଜନା ବଢ଼ିପାରେ । ଏହାକୁ ସ୍ୱୀକୃତି ଦିଆଯିବ ନାହିଁ ବୋଲି ଜାତିସଂଘ କହିଛି। ଜେଲେନ୍ସ୍କି କହିଛନ୍ତି ପୂରା ଦୁନିଆର ଆଖି ସାମ୍ନାରେ ଡକାୟତି କରୁଛି ରୁଷ୍ । ରୁଷ୍କୁ ଏକଘରିକିଆ କରିବାକୁ ଜେଲେନ୍ସ୍ ଙ୍କ ଆହ୍ଵାନ ଦେଇଛନ୍ତି । ସେପଟେ ୟୁକ୍ରେନ୍ର ଆଣବିକ ସୁରକ୍ଷା ପାଇଁ ସହାୟତା କରିବ ଆମେରିକା । ୨୮୦ କୋଟି ସହାୟତା ଘୋଷଣା କରିଛି ପେଣ୍ଟାଗନ୍ । ଏହି ଅର୍ଥରେ ଆଣବିକ କେନ୍ଦ୍ର ପାଇଁ ଯନ୍ତ୍ରପାତି କିଣିବା ଓ ରକ୍ଷଣାବେକ୍ଷଣ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.