ଦେଶ ବିଦେଶ

ଆମେରିକାରେ କ୍ୱାରେଣ୍ଟାଇନ ୫ ଦିନ! ପୂର୍ବରୁ ଥିଲା ୧୦, ଏବେ ନୂଆ ନିୟମ ଜାରି କଲେ ସରକାର, ସବୁ ଜାଗାରେ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ

ଓମିକ୍ରନର ବଢ଼ୁଥିବା ବିପଦ ଭିତରେ ଆମେରିକା କରୋନା ଭାଇରସ୍‌ ସଂକ୍ରମିତ ରୋଗୀଙ୍କ ପାଇଁ କ୍ୱାରେଣ୍ଟାଇନର ଅବଧିକୁ ୧୦ ଦିନରୁ ହ୍ରାସ କରି ୫ ଦିନ କରି ଦେଇଛି। ଏଥି ସହିତ ଯେଉଁମାନେ ରୋଗୀଙ୍କ ସମ୍ପର୍କରେ ଆସିଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଏହି ଅବଧିକୁ ହ୍ରାସ କରାଯାଇଛି। ଦେଶର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସିପି)ର ଅଧିକାରୀମାନେ କହିଛନ୍ତି କି, କରୋନା ଲକ୍ଷଣ ଦେଖା ଯିବାର ଦୁଇ ଦିନ ପୂର୍ବରୁ ଏବଂ ତିନି ଦିନ ପରେ ଅଧିକ ସଂକ୍ରାମକ ହୋଇଥାଏ, ଏହି ପ୍ରମାଣକୁ ଆଧାର କରି ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

ବିଶେଷଜ୍ଞଙ୍କ ମୁତାବକ, ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି କି, ଓମିକ୍ରନରୁ କରୋନା ଭାଇରସର ପୂର୍ବ ସ୍ୱରୂପ ତୁଳନାରେ ସାମାନ୍ୟ ଲକ୍ଷଣ ସୃଷ୍ଟି ହୋଇପାରେ, କିନ୍ତୁ ଅଧିକ ସଂଖ୍ୟାରେ ଲୋକେ ସଂକ୍ରମିତ ହେଉଛନ୍ତି। ଫଳରେ କ୍ୱାରେଣ୍ଟାଇନ କେନ୍ଦ୍ର, ଏୟାରଲାଇନ୍ସ ଏବଂ ଅନ୍ୟାନ୍ୟ ବ୍ୟବସାୟ ଖୋଲା ରହିବା ସମ୍ବନ୍ଧୀୟ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ନିର୍ଦ୍ଦେଶକ ରୋଚେଲ ଭାଲେନସ୍କି କହିଛନ୍ତି ଯେ ଦେଶରେ ଓମିକ୍ରନର ଅନେକ ମାମଲା ଦେଖିବାକୁ ମିଳୁଛି। ଏହି ସମସ୍ତ ମାମଲା ଗମ୍ଭୀର ନୁହେଁ ଏବଂ ଅନେକ ରୋଗୀଙ୍କଠାରେ ଲକ୍ଷଣ ଦେଖାଯାଉ ନାହିଁ। ଆମେ ଏପରି ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଚାହୁଁଛୁ, ଯଦ୍ଦ୍ଵାରା ବିଜ୍ଞାନର ଅନୁସରଣ ଭିତରେ ସମାଜର କାର୍ଯ୍ୟକଳାପକୁ ସୁରକ୍ଷିତ ରୂପରେ ଜାରି ରଖାଯାଇ ପାରିବ।

ସବୁ ଜାଗାରେ ପିନ୍ଧିବାକୁ ହେବ ମାସ୍କ

ନୂଆ ନିର୍ଦ୍ଦେଶ ଅନୁସାରେ, ସଂକ୍ରମିତ ହେବା ପରେ ଲୋକଙ୍କୁ ପାଞ୍ଚ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ପଡିବ ଏବଂ ପାଞ୍ଚ ଦିନର ଅବଧି ଶେଷ ହେବା ପରେ ଯଦି କୌଣସି ଲକ୍ଷଣ ନ ଥାଏ, ତା’ ହେଲେ ସେମାନେ କାମକୁ ଫେରି ପାରିବେ। କିନ୍ତୁ ଅନ୍ତତଃ ପରବର୍ତ୍ତୀ ପାଞ୍ଚ ଦିନ ପାଇଁ ସବୁ ଜାଗାରେ ମାସ୍କ ପିନ୍ଧିବାକୁ ହେବ, ଏପରି କି, ଘରେ ମଧ୍ୟ। ଯଦି ପାଞ୍ଚ ଦିନ କ୍ୱାରେଣ୍ଟାଇନ ପରେ ମଧ୍ୟ ରୋଗର ଲକ୍ଷଣ ରହୁଛି, ତା’ ହେଲେ ସୁସ୍ଥ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଘରେ ରହିବାକୁ ପଡିବ।

ଲୋକଙ୍କୁ ଅପିଲ କଲେ ରାଷ୍ଟ୍ରପତି

ଏଥି ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କରୋନା ବୃଦ୍ଧିର ମାମଲାକୁ ଧ୍ୟାନରେ ରଖି ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ବଢ଼ୁଛି, ଏମିତିରେ ଲୋକମାନେ ଅଧିକ ଯତ୍ନବାନ ହେବା ଉଚିତ୍। ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି କି, କରୋନାର ଆଉ ଏକ ଲହରକୁ ସାମ୍ନା କରିବାକୁ ଆମେରିକା ପ୍ରସ୍ତୁତ ଅଛି।

Roshni

Recent Posts

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

8 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

9 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

52 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

56 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

1 hour ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

1 hour ago