ରୁଷ ବର୍ବରତା ଓ ନୃଶଂସତା ସୀମା ଟପିଲାଣି, ୟୁକ୍ରେନ ସେନାକୁ ଟ୍ରେନିଂ ଦେବ ଆମେରିକା

କେନ୍ୟୁଜ୍(ବ୍ୟୁରୋ): ରୁଷ ବର୍ବରତା ଓ ନୃଶଂସତା ସୀମା ଟପିଲାଣି । କଡ଼ା ଜବାବ ଦେବାକୁ ୟୁକ୍ରେନ ସେନାକୁ ଟ୍ରେନିଂ ଦେବ ଆମେରିକା । ପେଣ୍ଟାଗନ ମୁଖପାତ୍ର ଜନ କିର୍ବି ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଆମେରିକା ୟୁକ୍ରେନ ସେନାକୁ ଟ୍ରେନିଂ ଦେବ । ଆମେରିକା ୟୁକ୍ରେନକୁ ସାମରିକ ସହାୟତା ଦେଉଛି । ଆମେରିକା ଅସ୍ତ୍ରଶସ୍ତ୍ର ବ୍ୟବହାର ଉପରେ ଟ୍ରେନିଂ ହେବ ।

ଆମେରିକା ବିଦେଶ ମନ୍ତ୍ରାଳୟ ମୁଖପାତ୍ର ବି ଏନେଇ  ପ୍ରତିକ୍ରିୟା ରଖିଛନ୍ତି । ରୁଷ ସେନା ଲଭି, ମାରିୟୁପୁଲରେ ଆତଙ୍କ ସୃଷ୍ଟି କରିଛି । ତାହାକୁ ପ୍ରତିହତ କରିବାକୁ ହେବ ବୋଲି ଆମେରିକା ବିଦେଶ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.