ଆମେରିକା ବିମାନ ଦୁର୍ଘଟଣା: ୧୯ ମୃତଦେହ ଉଦ୍ଧାର, ଆଗକୁ ବଢିପାରେ ମୃତକଙ୍କ ସଂଖ୍ୟା

ଆମେରିକାର ୱାଶିଂଟନ ଡିସି ନିକଟରେ ରେଗାନ ନ୍ୟାସନାଲ ଏୟାରପୋର୍ଟ ନିକଟରେ ଅବତରଣ ପୂର୍ବରୁ ବିମାନକୁ ଧକ୍କା ଦେଲା ଆର୍ମି ହେଲିକପ୍ଟର । ଦୁର୍ଘଟଣା ପରେ ବିମାନଟି ପୋଟମାକ୍ ନଦୀକୁ ଖସିପଡିଛି । ନଦୀରୁ ୧୯ ଜଣଙ୍କ ମୃତଦେହ ଜବତ କରାଯାଇଛି । ବିମାନରେ ୬୪ ଲୋକ ଥିଲେ । ଆଉ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଏହି ଘଟଣା ପରେ ଏୟାରପୋର୍ଟର ସମସ୍ତ ଉଡାଣକୁ ରଦ୍ଦ କରାଯାଇଛି । ଏହି ଦୁର୍ଘଟଣା ହ୍ବାଇଟ୍‌ ହାଉସ୍‌ରୁ ମାତ୍ର ୫ କିଲୋମିଟର ଦୂରତ୍ବରେ ହୋଇଛି ।

ଆମେରିକା ଏୟାରଲାଇନ୍ସର ୫୩୪୨ ବିମାନ ୱିଚିଟା, କେନସସରୁ ଉଡାଣ ଭରି ୱାଶିଂଟନ ଡିସିକୁ ଆସୁଥିଲା । ରନୱେରେ ଲାଣ୍ଡିଂ କରିବା ସମୟରେ ଏକ ମିଲିଟାରୀ ହେଲିକପ୍ଟର ବ୍ଲାକ୍ ହକ୍ ଧକ୍କା ହୋଇଥିଲା । ଧକ୍କା ହେବା ପରେ ଭୟଙ୍କର ନିଆଁ ଲାଗିଯାଇଥିଲା ଆଉ ବିମାନଟି ନଦୀରେ ଖସିପଡିଥିଲା । ବିମାନଟି ଖସିପଡିବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ହୋଇଥିଲା । ହେଲେ କିଛି ଯାତ୍ରୀଙ୍କ ଜୀବନ ବଞ୍ଚିପାରିନଥିଲା । ବିମାନରେ ମୋଟ ୬୪ ଯାତ୍ରୀ ଥିଲେ । ଏମାନଙ୍କ ମଧ୍ୟରେ ୪ ଜଣ କ୍ରୁ ମେମ୍ବର ଥିଲେ । କ୍ରୁ ମେମ୍ବରକୁ ଉଦ୍ଧାର କରାଯାଇଛି । ନଦୀରେ ଏଯାଏଁ ୧୯ ମୃତଦେହ ଉଦ୍ଧାର କରାଯାଇଛି । ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

ଆମେରିକାନ ଏୟାରଲାଇନ୍ସ ବୟାନ ଜାରି କରିଛି କି, ଆମେ ଏ ବିଷୟରେ ଅବଗତ ଅଛୁ । ପିଏସଏ ତରଫରୁ ଅପରେଟ ହେଉଥିବା ଆମେରିକା ଇଗଲ ବିମାନ ୫୩୪୨ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ସୂଚନାଯୋଗ୍ୟ,ଏହା ପୂର୍ବରୁ ସାଉଥ କୋରିଆରେ ଡିସେମ୍ବର ମାସରେ ଭୟଙ୍କର ବିମାନ କ୍ରାସ ହୋଇଥିଲା । ବିମାନରେ ୧୮୧ ଲୋକ ଥିଲେ । ଏଥିରେ ୧୭୯ ଜଣଙ୍କ ଜୀବନ ଚାଲିଯାଇଥିଲା । ଜେଜୁ ଏୟାର ବୋଇଠ ୭୩୭-୮୦୦ ବ୍ୟାଙ୍କଂକରୁ ସାଉଥ କୋରିଆ ଯାଉଥିଲା । ବିମାନରେ ଥିବା ଅଧିକାଂଶ ଲୋକ କ୍ରିସମାସ ଛୁଟି କାଟିବା ପାଇଁ ଯାଉଥିଲେ ।

Also Read : ସାଉଦି ଆରବରେ ଭୟଙ୍କର ସଡ଼କ ଦୁର୍ଘଟଣା, ୯ ଭାରତୀୟଙ୍କ ମୃତ୍ୟୁ, ଦୁଃଖ ବ୍ୟକ୍ତ କଲେ ବୈଦେଶିକ ମନ୍ତ୍ରୀ