ଭାରତରେ ତିଆରି ହେବ ମାନବବିହୀନ ଏୟାରକ୍ରାପ୍ଟର ଯନ୍ତ୍ରାଂଶ, ଆମେରିକା କମ୍ପାନୀ ସହ ଚୁକ୍ତି କଲା ଭାରତ ଫୋର୍ଜ ଲିମିଟେଡ୍‌

ଓ୍ଵାଶିଂଟନ : ଆମେରିକାର ପ୍ରମୁଖ ଡ୍ରୋନ ନିର୍ମାତା କମ୍ପାନୀ ଜେନେରାଲ ଏଟାମିକ୍ସ ଭାରତରେ ମାନବ ରହିତ ବିମାନର ମୁଖ୍ୟ ଯନ୍ତ୍ରାଂଶ ନିର୍ମାଣ କରିବ । ଏଥିପାଇଁ ଏହି କମ୍ପାନୀ ଭାରତ ଫୋର୍ଜ ଲିମିଟେଡ ସହ ଚୁକ୍ତି ହେବା ନେଇ ଘୋଷଣା କରିଛି । ଏହାଯୋଗୁ ଭାରତରେ ଅତ୍ୟାଧୁନିକ ଡ୍ରୋନ ନିର୍ମାଣ ପାଇଁ ଟେକ୍‌ନୋଲୋଜୀର ବିକାଶ ଘଟିବାରେ ସହାୟତା ମିଳିବ । ଏହାଛଡ଼ା ଭାରତରେ ମାନବରହିତ ବିମାନ ଉଦ୍ୟୋଗର ବିକାଶ ଘଟିବ ।

ଭାଗିଦାରିତା ଭାରତକୁ ଆତ୍ମନିର୍ଭର କରିବାରେ ସହାୟତା କରିବ :

ଜେନେରାଲ ଏଟାମିକ୍ସ ଗ୍ଲୋବାଲ କର୍ପୋରେସନ ମୁଖ୍ୟ କାର୍ଯ୍ୟକାରୀ ବିବେକ ଲାଲ୍‌ କହିଛନ୍ତି, ଭାରତ ସହ ଏହି ଯନ୍ତ୍ରାଂଶ ତିଆରି ନେଇ ଆମେ ଉତ୍ସାହିତ ଅଛୁ । ଭାରତ ଫୋର୍ଜ ର ଅଧ୍ୟକ୍ଷ ମଧ୍ୟ ଏହି ସହଯୋଗୀତାକୁ ସ୍ୱାଗତ କରିଛନ୍ତି ।

ଏହାଦ୍ୱାରା କଷ୍ଟସାଧ୍ୟ ପ୍ରାଦ୍ୟୋଗିକ କ୍ଷେତ୍ରରେ ଭାରତ ତାର ଶ୍ରେଷ୍ଠତା ପ୍ରତିପାଦନ କରିପାରିବ ବୋଲି କହିଛନ୍ତି ଫୋର୍ଜର ଅଧ୍ୟକ୍ଷ ବାବା କଲ୍ୟାଣୀ । ସେ ଆହୁରି କହିଛନ୍ତି, ଆମର ଏୟୋରସ୍ପେସ୍‌ ବିକାଶ ରଣନୀତି ଭାରତକୁ ଆତ୍ମ ନିର୍ଭର କରିବାରେ ସହାୟକ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.