ମଝି ଆକାଶରେ ବିମାନକୁ ହାଇଜ୍ୟାକ କରିବାକୁ ଉଦ୍ୟମ, ଅପହରଣକାରୀକୁ ବିମାନରେ ଗୁଳିମାରିଲେ ଯାତ୍ରୀ

ବେଲିଜରେ ଆଶ୍ଚର୍ଯ୍ୟକର ଘଟଣା ଘଟିଛି । ମଝି ଆକାଶରେ ବିମାନକୁ ହାଇଜ୍ୟାକ କରିବାକୁ ଆମେରିକା ନାଗରିକଙ୍କ ଉଦ୍ୟମ ।୧୪ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିଥିବା ବେଲଜି ଟ୍ରପିକ ଏୟାରର ବିମାନ କୋରୋଜାଲ ସହରରୁ ଉଡ଼ାଣ ଭରିଥିଲା । କିନ୍ତୁ ବିମାନକୁ ହାଇଜ୍ୟାକ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିକୁ ବିମାନରେ ଥିବା ଅନ୍ୟ ଯାତ୍ରୀ ଗୁଳି ମାରିଥିଲେ ।

ବିମାନଟି ବେଲିଜର ମେକ୍ସିକୋ ସୀମା ନିକଟରେ ଥିବା ଏକ ଛୋଟ ସହର କୋରୋଜାଲରୁ ଉଡ଼ାଣ ଆରମ୍ଭ କରିଥିଲା ଏବଂ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ସାନ ପେଡ୍ରୋକୁ ଯାଉଥିଲା । ଏହି ସମୟ ମଧ୍ୟରେ ବିମାନଟି ଅପହରଣ କରାଯାଇଥିଲା।

ବିମାନ ହାଇଜ୍ୟାକ ଦେଖି ଶେଷ ଯାତ୍ରା ବୋଲି ଭାବି ଦେଇଥିଲେ ଯାତ୍ରୀ । ବିମାନଟି ମଝି ଆକାଶରେ ଦୁଇଘଣ୍ଟା ଘୁରି ବୁଲିଥିଲା । କିନ୍ତୁ ବିମାନରେ ଥିବା ଅନ୍ୟ ଯାତ୍ରୀ ସାହସ ଦେଖାଇ ଜରୁରୀକାଳୀନ ପରିସ୍ଥିତିକୁ ଏଡ଼ାଇ ବିମାନକୁ ସୁରକ୍ଷିତ ଭାବରେ ଅବତରଣ କରାଇଲେ ।

ଅଧିକାରୀମାନେ କହିଛନ୍ତି ଯେ, ଗୁରୁବାର ଜଣେ ଆମେରିକୀୟ ବ୍ୟକ୍ତି ଏକ ଛୋଟ ବିମାନ ଅପହରଣ କରିବାକୁ ଉଦ୍ୟମ କରିଥିଲେ । ଆମେରିକୀୟ ବ୍ୟକ୍ତି ଜଣକ ଦୁଇ ଜଣ ଯାତ୍ରୀ ଏବଂ ଜଣେ ପାଇଲଟଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଫଳରେ ତିନିଜଣ ଗୁରୁତର ଆହତ ହୋଇଥିଲେ ।

ହାଇଜ୍ୟାକ କରୁଥିବା ବ୍ୟକ୍ତିଙ୍କୁ ଛୁରି ଆକ୍ରମଣରେ ଆହତ ଜଣେ ଯାତ୍ରୀ ଗୁଳି ମାରିଥିଲେ । ଏହା ପରେ ବିମାନଟିକୁ ସୁରକ୍ଷିତ ଭାବରେ ଅବତରଣ କରାଯାଇଥିଲା । ଏହି ଟ୍ରପିକ୍ ଏୟାର ବିମାନରେ ୧୪ ଜଣ ଯାତ୍ରୀ ଏବଂ ଦୁଇ ଜଣ କ୍ରୁ ସଦସ୍ୟ ଥିଲେ ।

ଏୟାରଲାଇନ୍ସର ସିଇଓ ମ୍ୟାକ୍ସିମିଲିଆନ୍ ଗ୍ରେଫ୍ କହିଛନ୍ତି ଯେ, ଏତେ ଚାପ ସତ୍ତ୍ୱେ, ଆମର ପାଇଲଟ୍ ଅସାଧାରଣ ସାହସ ଦେଖାଇଲେ ଏବଂ ଶାନ୍ତ ଭାବରେ ବିମାନକୁ ସୁରକ୍ଷିତ ଅବତରଣ କରାଇଲେ । ତେବେ ଘଟଣାରେ ଦୁଇଜଣ ଆହତ ଯାତ୍ରୀ ଏବଂ ପାଇଲଟ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

Also Read : ଫ୍ଲୋରିଡା ଷ୍ଟେଟ୍ ବିଶ୍ୱବିଦ୍ୟାଳୟରେ ଆଖିବୁଜା ଗୁଳିମାଡ଼: ୨ମୃତ, ୫ ଗୁରୁତର