ପ୍ରତି ଭାଷଣ ପିଛା ୭୪ ଲକ୍ଷ ଟଙ୍କା ନିଅନ୍ତି ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ

ବର୍ତ୍ତମାନ ସମୟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଛି । ସଦ୍ୟ ମିଳିଥିବା ରିପୋର୍ଟ ଅନୁଯାୟୀ, ଯଦି ବାଇଡେନଙ୍କ ସ୍ଥିତି ଏହିପରି ମଜଭୁତ ରହେ ତେବେ ସେ ମ୍ୟାଜିକ ନମ୍ବର ୨୭୦ ଛୁଇଁ ରାଷ୍ଟ୍ରପତି ଗାଦିରେ ବସିପାରନ୍ତି । ବାଇଡେନଙ୍କ ପ୍ରତିଦ୍ବନ୍ଦୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପତ୍ତି ତଥା ବୃତ୍ତି ବାବଦରେ ତ ସମସ୍ତଙ୍କୁ ଜଣା । କିନ୍ତୁ ବାଇଡେନଙ୍କ ରୋଜଗାର ପନ୍ଥା ବାବଦରେ ସେତେଟା ଲୋକ ଲୋଚନକୁ ଆସିପାରିନାହିଁ । ଖୁବ କମ ଲୋକ ହିଁ ଏବାବଦରେ ଜାଣନ୍ତି । ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ଆଶାୟୀ ବାଇଡେନ “ଜୋ” ନାଁରେ ବେଶୀ ପରିଚିତ । ସେ ଆମେରିକାର ଉପରାଷ୍ଟ୍ରପତି ଭାବରେ କାର୍ଯ୍ୟଭାର ସମ୍ଭାଳି ସାରିଛନ୍ତି । ୧୯୭୩ ରୁ ୨୦୦୯ ପର୍ଯ୍ୟନ୍ତ ସିନେଟର ରହିସାରିଛନ୍ତି ବାଇଡେନ ।

biden

କହିରଖିବା ଉଚିତ ହେବକି, ଟ୍ରମ୍ପଙ୍କ ପରି ସେ ବି ଜଣେ କୋଟିପତି । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସେ ନିଜ ସମ୍ପତ୍ତି ତାଲିକାକୁ ସାର୍ବଜନୀନ କରିଥିଲେ । ଫୋର୍ବସ ପତ୍ରିକା ଅନୁଯାୟୀ, ସେ ହେଉଛନ୍ତି ୯ ମିଲିୟନ ଡଲାର କିମ୍ବା ୬୪.୨ କୋଟି ଟଙ୍କାର ମାଲିକ । ସିନେଟର ଥିବା ସମୟରେ ତାଙ୍କ ବେତନ ବାର୍ଷିକ ୪୨ ହଜାର ୫୦୦ ଡ଼ଲାରରୁ ବଢି ୧ ଲକ୍ଷ ୭୪ ହଜାର ପହଞ୍ଚିଥିଲା । ଯେବେକି ଉପରାଷ୍ଟ୍ରପତି ଥିବା ସମୟରେ ବର୍ଷେ ଭିତରେ ତାଙ୍କ ଆୟ ୨ ଲକ୍ଷ ୩୦ ହଜାର ଡ଼ଲାର ରହିଥିଲା ।

ଏସବୁ ବ୍ୟତୀତ ତାଙ୍କର ଆଉ ଏକ ରୋଜଗାର ମାଧ୍ୟମ ହେଉଛି ବହି ଲେଖିବା ଓ ଭାଷଣ ଦେବା । ପ୍ରତି ଭାଷଣ ପିଛା ପାଖାପାଖି ୪୦ ହଜାର ଡ଼ଲାର କିମ୍ବା ୭୪ ଲକ୍ଷ ଟଙ୍କା ନିଅନ୍ତି । ପେନସଲେଭେନିଆ ବିଶ୍ୱବିଦ୍ୟାଳୟରେ ଜଣେ ପ୍ରଫେସର ଭାବରେ ବି କାମ କରିସାରିଛନ୍ତି ବାଇଡେନ । ଯାହାର ବେତନ ବାବଦରେ ତାଙ୍କୁ ୫ ଲକ୍ଷ ୪୦ ହଜାର ଦଳର କିମ୍ବା ୧୧.୫ କୋଟି ଟଙ୍କା ମିଳିଥିଲା । ଏହାସହ ରିୟଲ ଇଷ୍ଟେଟ ବ୍ୟବସାୟରେ ବି ନିବେଶ କରିଛନ୍ତି । ଆଉ ଯଦି ଆଗକୁ ବାଇଡେନ ରାଷ୍ଟ୍ରପତି ନିର୍ବାଚନ ଜିତିଯାନ୍ତି ତେବେ ମାସିକ ବେତନ ବାବଦରେ ୪ ଲକ୍ଷ ଡ଼ଲାର କିମ୍ବା ୨.୯୮ କୋଟି ଟଙ୍କା ବେତନ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.