ଭାରତୀୟ ଡାକ୍ତରଙ୍କ ପାଇଁ ଭିଡିଓ ବନାଇଲେ ଆମେରିକୀୟ ଗାୟକ, ‘ରୁକ୍‌ତା ହି ନେହିଁ’ ହେଉଛି ଭାଇରାଲ

ନିଜ ଜୀବନକୁ ବାଜି ଲଗାଇ ମାହାମାରୀ ଭଳି ଭୟଙ୍କର ରୋଗର ସାମ୍ନା କରୁଥିବା ଡାକ୍ତରଙ୍କ ସମ୍ନାନରେ ଜଣେ ଆମେରିକି ଗାୟିକା ଅନୁରାଧା ପାଲକୁର୍ତ୍ତି ଏକ ଭିଡ଼ିଓ ଗୀତ ଜାରି କରିଛନ୍ତି। ସୂଚନା ଅନୁଯାୟୀ ଆମେରିକାରେ ୧୦ ଲକ୍ଷରୁ ଅଧିକ ଡାକ୍ତରଙ୍କ ମଧ୍ୟରୁ ଆଠ ପ୍ରତିଶତରୁ ଅଧିକ ଭାରତୀୟ ଚିକିତ୍ସକ, ଯେଉଁମାନେ କରୋନା ଭାଇରସ ବିପକ୍ଷରେ ଲଢେଇରେ ସବୁଠାରୁ ଆଗରେ ରହିଛନ୍ତି।

ବୋଷ୍ଟନ ସ୍ଥିତ ଜୁଜୁ ପ୍ରଡକ୍ସନ ଏକ ସପ୍ତାହ ମଧ୍ୟରେ ଏହି ଭିଡ଼ିଓ ଗୀତ ପ୍ରସ୍ତୁତ କରିଛନ୍ତି। ଏହି ଗୀତ ୧୯୭୪ ମସିହା ଫିଲ୍ମ “ଇଂତିହାନ” ର। ଆମେରିକାରେ କୁମାର ସାନୁ, ସୁରେଶ ୱାଡକର ଏବଂ ବପ୍ପି ଲାହିଡି ଭଳି ବଲିଉଡର ଗୀତିକାରଙ୍କ ସହିତ କାମ କରିସାରିଥିବା ପାଲକୁର୍ତ୍ତି କହିଛନ୍ତି, “ଆମେମାନେ ଘରେ ସୁରକ୍ଷିତ ରହିବା ସମୟରେ ଏମାନେ ନିଜ ଜୀବନକୁ ବାଜି ଲଗାଇ ନିଜ କର୍ତ୍ତବ୍ୟରେ ଲାଗିପଡିଛନ୍ତି।”

ରିପୋର୍ଟ ଅନୁଯାୟୀ ଏହି ଗୀତକୁ ବୋଷ୍ଟନର କବିୟତ୍ରୀ ଏବଂ ଲେଖିକା ସୁନୟନା କାଚରୁ ଲେଖିଛନ୍ତି। ସଙ୍ଗୀତ ନିର୍ଦେଶନା କମଲେଶ ଭଡକାମକର ଏବଂ ବିଜୟ ଦୟାଲ କରିଥିବା ବେଳେ ନିଖିଲ ଯୋଶୀ ଭିଡ଼ିଓ ପ୍ରସ୍ତୁତ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.