ଦେଶ ବିଦେଶ

ଆମେରିକାର ଆର୍‌ ବୋନି ଗାବ୍ରିଏଲ୍‌ ହେଲେ ୭୧ତମ ମିସ୍‌ ୟୁନିଭର୍ସ; ପୂର୍ବତନ ମିସ୍‌ ୟୁନିଭର୍ସ ହରନାଜ୍‌ ସିନ୍ଧୁ ପିନ୍ଧାଇଲେ ନୂଆ ମୁକୁଟ

ଆମେରିକାର ଆର୍‌ ବୋନି ଗାବ୍ରିଏଲ୍‌ ହୋଇଛନ୍ତି ୭୧ତମ ମିସ୍‌ ୟୁନିଭର୍ସ। ୨୦୨୨ ମିସ୍‌ ୟୁନିଭର୍ସର ମୁକୁଟ ପିନ୍ଧିଛନ୍ତି ଗାବ୍ରିଏଲ୍‌। ଆମେରିକାର ଲୁଇସିୟାନା ଷ୍ଟେଟ୍‌ର ନ୍ୟୁ ଓର୍ଲେଅନ୍ସ ସହରରେ ଆୟୋଜିତ ହୋଇଥିଲା ଏହି ମିସ୍‌ ୟୁନିଭର୍ସ ବ୍ୟୁଟି ପ୍ୟାଜେଣ୍ଟ, ଯେଉଁଠି ବ୍ରହ୍ମାଣ୍ଡ ସୁନ୍ଦରୀ ଟାଇଟଲ୍‌ ଜିତିଛନ୍ତି ଆମେରିକାର ବୋନି ଗାବ୍ରିଏଲ୍‌। ସାରା ବିଶ୍ୱର ୮୪ ପ୍ରତିଯୋଗୀଙ୍କୁ ପଛରେ ପକାଇ ଆର୍‌ ବୋନି ଗାବ୍ରିଏଲ୍‌ ଟାଇଟଲ୍‌ ବିଜୟିନୀ ହୋଇଛନ୍ତି। ପୂର୍ବତନ ମିସ୍‌ ୟୁନିଭର୍ସ ହରନାଜ୍‌ ସିନ୍ଧୁ ତାଙ୍କୁ ଏହି ମୁକୁଟ ପିନ୍ଧାଇଥିଲେ।

କହି ରଖୁଛୁ, ଟପ୍‌ ୩ ପ୍ରତିଯୋଗୀଙ୍କ ତାଲିକାରେ ଭେନେଜୁଏଲାର ଅମାଣ୍ଡା ଡୁଡାମେଲ ନ୍ୟୁମେନ, ଆମେରିକାର ଆର୍‌ ବୋନି ଗାବ୍ରିଏଲ୍‌ ଓ ଡୋମିନିକନ ରିପବ୍ଲିକର ଏଣ୍ଡ୍ରିନା ମାର୍ଟିନେଜଙ୍କୁ ସ୍ଥାନ ମିଳିଥିଲା। ସେପଟେ ଭାରତ ତରଫରୁ ପ୍ରତିନିଧିତ୍ୱ କରୁଥିବା ଦିବିତା ରାୟ ଟପ୍‌ ୧୬ରେ ନିଜକୁ ସ୍ଥାନିତ କରିଥିଲେ ମଧ୍ୟ ଟପ୍‌ ୫ରେ ନିଜ ପାଇଁ ଜାଗା ସୃଷ୍ଟି କରିପାରି ନ ଥିଲେ। ଦିବିତା ଟପ୍‌ ୧୬ ପର୍ଯ୍ୟନ୍ତ ଯାଇପାରିଥିଲେ। କଷ୍ଟ୍ୟୁମ୍‌ ରାଉଣ୍ଡରେ ସେ ସୁନାର ଚଢ଼େଇ ହୋଇ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ।

ମିସ୍‌ ୟୁନିଭର୍ସ ୨୦୨୨ ବିଜୟିନୀ ବୋନି ଗାବ୍ରିଏଲ୍‌ ଆମେରିକାର ଟେକ୍ସାସ୍‌ରେ ରୁହନ୍ତି। ସେ ପେସାରେ ଜଣେ ଫ୍ୟାଶନ ଡିଜାଇନର୍‌। ଚଳିତ ବର୍ଷ ମିସ୍‌ ୟୁନିଭର୍ସଙ୍କୁ ଏକ ନୂଆ ମୁକୁଟ ପିନ୍ଧାଯାଇଥିଲା। ଏହି ମୁକୁଟକୁ ଫେମସ୍‌ ଲଗ୍‌ଜୁରୀ ଜୁଏଲେରୀ ‘Mouawad’ ଡିଜାଇନ୍‌ କରିଥିଲା। ମୁକୁଟର ଦାମ୍‌ ପାଖାପାଖି ୪୬ କୋଟି ଟଙ୍କା ଏବଂ ଏଥିରେ ହୀରା ଓ ନୀଲମ୍‌ ଖଚିତ ରହିଛି। ପୂରା ମୁକୁଟରେ ମୋଟ ୯୯୩ଟି ଷ୍ଟୋନ୍‌ ଲାଗିଛି।

ତେବେ ଗତବର୍ଷ ମିସ୍‌ ୟୁନିଭର୍ସ ପ୍ରତିଯୋଗିତାର ଟାଇଟଲ୍‌ ଭାରତର ହରନାଜ ସିନ୍ଧୁ ଜିତିଥିଲେ। ଲାରା ଦତ୍ତା ଓ ସୁସ୍ମିତା ସେନଙ୍କ ପରେ ମିସ୍‌ ୟୁନିଭର୍ସ ଟାଇଟଲ୍‌ ଜିତିବାରେ ହରନାଜ ସିନ୍ଧୁ ହେଉଛନ୍ତି ତୃତୀୟ ଭାରତୀୟ। କହି ରଖୁଛୁ, ମିସ୍‌ ୟୁନିଭର୍ସ ୨୦୨୨ ବୋନି ଗାବ୍ରିଏଲ୍‌ଙ୍କୁ ମୁକୁଟ ପିନ୍ଧାଇବା ସମୟରେ ହରନାଜ ସିନ୍ଧୁ ସାମାନ୍ୟ ଇମୋସ୍‌ନାଲ ହୋଇ ଯାଇଥିଲେ।

Roshni

Recent Posts

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

5 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

9 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

11 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

17 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

29 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

35 mins ago