କେରଳରୁ ଆସିପାରେ ଥାର୍ଡ ୱେଭ, ରାଜ୍ୟରେ ଦିନକ ପରେ ଆସିବ ସେପ୍ଟେମ୍ବର ଗାଇଡଲାଇନ୍‌

ନୂଆଦିଲ୍ଲୀ : କେରଳରୁ ଆସିବ କି କୋଭିଡର ଥାର୍ଡ ୱେଭ ? ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ମାନସ ମନ୍ଥନ । ଲଗାତାର ୫ଦିନ ଧରି କେରଳର ଦୈନିକ ସଂକ୍ରମଣ ୩୦ହଜାର ଉପରେ ରହୁଛି ।  ୨୪ ଘଣ୍ଟାରେ ଦେଶର ଡେଲି ପଜିଟିଭ କେସ୍‌ ୪୫ହଜାର ୮୩ ରହିଥିବା ବେଳେ କେବଳ କେରଳରୁ ଆସିଛି ୩୧ହଜାର ୨୬୫ କେସ୍‌। ରାଜ୍ୟରେ ସଂକ୍ରମଣ ସ୍ଥିର ଥିବା ବେଳେ ବଢୁଛି ଶିଶୁଙ୍କ ସଂକ୍ରମଣ।

ସମ୍ଭାବ୍ୟ ତୃତୀୟ ଲହରୀର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି। ସଂକ୍ରମଣ କମିବା ପରେ ଅଗଷ୍ଟରେ ଅନେକ କଟକଣା କୋହଳ କରିଛନ୍ତି ସରକାର। ଏବେ ସେପ୍ଟେମ୍ବର ଅନଲକ୍‌ ରୂପରେଖ ଉପରେ ସମସ୍ତଙ୍କ ନଜର। ତେଣୁ ରାଜ୍ୟରେ ଦିନକ ପରେ ଆସିବ ସେପ୍ଟେମ୍ବର ଗାଇଡଲାଇନ । ପାର୍ବଣ ପାଇଁ ବଢ଼ିପାରେ କଟକଣା ।

କରୋନାର ଦ୍ୱିତୀୟ ଲହର ଥମୁଛି। କିନ୍ତୁ ପୁଣି ଚିନ୍ତା ବଢାଇଲାଣି ଦୈନିକ ସଂକ୍ରମଣ ବୃଦ୍ଧି। ଲଗାତାର ୪ର୍ଥ ଦିନରେ ପଜିଟିଭ କେସ୍‌ ୪୦ହଜାର ଉପରେ। ଗତ ୨୪ ଘଣ୍ଟାରେ ଦେଶରେ ୪୫ହଜାର ୮୩ ପଜିଟିଭ ଚିହ୍ନଟ ହୋଇଛି।

୪୬୦ ଜଣଙ୍କ ଜୀବନ ନେଇଛି ଭାଇରସ। ପଜିଟିଭିଟି ରହିଛି ୨.୬୫ ପ୍ରତିଶତ। ଦେଶର ସମୁଦାୟ ଆକ୍ଟିଭ କେସ୍‌ ୩ଲକ୍ଷ ୬୮ହଜାର ୫୫୮ ରହିଛି। କେରଳର ଦୈନିକ ସଂକ୍ରମଣ ମୁଣ୍ଡ ବ୍ୟଥାର କାରଣ ପାଲଟିିଛି। କେରଳର ସଂକ୍ରମଣ ବୃଦ୍ଧି ତୃତୀୟ ଲହରର ପଦଧ୍ୱନି ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.