ପହଲଗାମ ଆତଙ୍କବାଦୀ ଆକ୍ରମଣ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାୟୁସେନା ମୁଖ୍ୟ

ପାକିସ୍ତାନ ଉପରେ ହେବ କି ଏୟାର ଷ୍ଟ୍ରାଇକ୍ ? ମୋଦିଙ୍କୁ ଭେଟିଲେ ବାୟୁସେନା ମୁଖ୍ୟ । ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ଅମରପ୍ରିତ ସିଂ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ଭେଟି ଆଲୋଚନା କରିଛନ୍ତି । ପୂର୍ବରୁ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ନୌସେନା ମୁଖ୍ୟ ଆଡମିରାଲ ଦୀନେଶ ତ୍ରିପାଠୀ ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତରେ ପ୍ରତିରକ୍ଷା ସଂପର୍କିତ ଘନଘନ ବୈଠକ ହେଉଛି। ସମ୍ଭାବ୍ୟ ଯୁଦ୍ଧକୁ ନେଇ ବଡ଼ ପ୍ରସ୍ତୁତି ଚାଲିଛି। ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସିଡିଏସ ଜେନେରାଲ ଅନୀଲ ଚୌହ୍ବାନ, ତିନି ସେନାର ମୁଖ୍ୟ ଓ ଏନଏସଏ ଅଜିତ ଡୋଭାଲ ଭାଗ ନେଇଥିଲେ ।
ସେହିପରି ପହଲଗାମ ଆତଙ୍କୀ ହମଲା ପରେ କ୍ୟାବିନେଟ ସୁରକ୍ଷା ସଂପର୍କିତ କମିଟିର ବୈଠକ ବସି ଆଲୋଚନା କରାଯାଇଥିଲା । ଗତ ୨୨ ତାରିଖରେ ଜାମ୍ମକାଶ୍ମୀରର ପହଲଗାମ ଆତଙ୍କୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି ।
Also read: ଯୋଗଗୁରୁ ସ୍ବାମୀ ଶିବାନନ୍ଦ ସରସ୍ବତୀଙ୍କ ପରଲୋକ, ୧୨୮ ବର୍ଷ ବୟସରେ ଦେହାନ୍ତ