ଶ୍ରୀନଗରରେ ପହଞ୍ଚି ସହିଦଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ଦେଲେ ଗୃହ ମନ୍ତ୍ରୀ ଅମିତ ଶାହ

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଶନିବାର ତିନିଦିନ ପାଇଁ ଜମ୍ମୁ-କଶ୍ମୀର ଗସ୍ତରେ ଯାଇ ଶ୍ରୀନଗରରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା ପରେ ସେ ପ୍ରଥମେ ନବଗାଁଓରେ ପହଞ୍ଚିଥିଲେ। ସେଠାରେ ସେ ସହିଦ ଇନ୍ସପେକ୍ଟର ପରଭେଜ ଅହମ୍ମଦଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ଏ ଅବସରରେ ସେ ସହିଦ ଇନ୍ସପେକ୍ଟରଙ୍କ ପତ୍ନୀ ଫାତିମାଙ୍କୁ ଜମ୍ମୁ-କଶ୍ମୀର ପ୍ରଶାସନରେ ସରକାରୀ ଚାକିରି ଦେଇଛନ୍ତି। ଇନ୍ସପେକ୍ଟରଙ୍କ ପତ୍ନୀଙ୍କୁ ଶାହା ଏହି ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।
Nowgam | HM Amit Shah visits residence of slain Insp Parvez Ahmed, who was killed by terrorists last month. During his visit, HM met Ahmed’s wife Fatima Akhter & gave her official papers for a govt job
J&K LG Manoj Sinha, Union Min Jitendra Singh & DGP Dilbag Singh also present pic.twitter.com/5MCm7v4lWl
— ANI (@ANI) October 23, 2021
ଗୃହମନ୍ତ୍ରୀ କଶ୍ମୀରର ଲୋକଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇବାକୁ ଚାହୁଁଛନ୍ତି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପରେ ଅମିତ ଶାହଙ୍କର ଏହା ପ୍ରଥମ କେନ୍ଦ୍ର ଶାସିତ ଅଞ୍ଚଳ ଗସ୍ତ। ଏ ଅବସରରେ ସେ ଘାଟୀରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ। ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଶ୍ରୀନଗର ବିମାନବନ୍ଦରରେ ଉପରାଜ୍ୟପାଳ ମନୋଜ ସିହ୍ନା ଅମିତ ଶାହଙ୍କୁ ସ୍ୱାଗତ କରିଥିଲେ। ଏଠାରେ ତାଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।
ଗୃହମନ୍ତ୍ରୀ ଆଜି ଜମ୍ମୁ-କଶ୍ମୀରରେ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବେ ଓ ଶ୍ରୀନଗର-ଶାରଜାହର ପ୍ରଥମ ଉଡ଼ାଣଙ୍କୁ ସବୁଜ ପତାକା ଦେଖାଇ ଆରମ୍ଭ କରିବେ। ଅନ୍ୟ ପଟେ ଶାହଙ୍କ କଶ୍ମୀର ଗସ୍ତକୁ ଦୃଷ୍ଟିରେ ରଖି ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଖାସ୍ କରି ସହରର ସୁରକ୍ଷାକୁ ବଢ଼ାଯାଇଛି।