ବିହାର ମିଶନ ୨୦୧୯: ରଣନୀତି ପାଇଁ ପାଟଣାରେ ପହଞ୍ଚିଛନ୍ତି ଅମିତ ଶାହ

ବିହାର: ମିଶନ ୨୦୧୯ । ରଣନୀତି ପାଇଁ ପାଟଣାରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଜେଡିୟୁ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସେ ଭେଟିଛନ୍ତି। ଦୁଇ ନେତା ୨୦୧୯ ନିର୍ବାଚନରେ ବିଜେପି-ଜେଡିୟୁ ମେଣ୍ଟ ନେଇ ଆଲୋଚନା କରିଥିବା ସୂଚନା ମିଳିଛି। ସେହିପରି ଆସନ ବୁଝାମଣା ନେଇ ମଧ୍ୟ ନୀତିଶ କୁମାରଙ୍କ ସହ ଅମିତ ଶାହ ଆଲୋଚନା କରିଥିବା କୁହାଯାଉଛି।

ଦୁଇ ନେତାଙ୍କ ଆଲୋଚନା ବେଳେ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ବି ଉପସ୍ଥିତ ଥିଲେ। ଏହି ଗସ୍ତ ସମୟରେ ଅମିତ ଶାହ ବିହାରରେ ଲୋକସଭା ନିର୍ବାଚନ ପ୍ରସ୍ତୁତିର ବି ସମୀକ୍ଷା କରିବେ। ବିଜେପି ଏବେ ଦେଶବ୍ୟାପୀ ସମ୍ପର୍କ ପାଇଁ ସମର୍ଥନ ଅଭିଯାନ ଚଳାଇଛି। ଏଥିପାଇଁ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି ଅମିତ ଶାହ। ତେବେ ବିହାର ଗସ୍ତ ବେଶ ଗୁରୁତ୍ୱ ରଖୁଛି।