ଆସନ୍ତାକାଲି ପୁଣି ଥରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ

ଭୁବନେଶ୍ବର(କେନ୍ୟୁଜ୍) : ଗତକାଲି ବିଜେପି ପକ୍ଷରୁ ଜାରି କରାଯାଇଥିବା ଓଡ଼ିଶା ଲାଗି ସଂକଳ୍ପପତ୍ରର ଉନ୍ମୋଚନ ଉତ୍ସବରେ ଯୋଗ ଦେବା ସହ ବରଗଡ଼ରେ ସାଧାରଣ ସଭାରେ ଯୋଗ ଦେଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ତେବେ ସେ ପୁଣି ଆସନ୍ତାକାଲି ଓଡ଼ିଶା ଆସିବେ ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପୁରୀରେ ରୋଡ୍ ସୋ’ରେ ଯୋଗ ଦେବେ । ସିଂହଦ୍ୱାର ନିକଟରୁ ମାଉସୀ ମା’ ମନ୍ଦିର ଯାଏ ତାଙ୍କର ରୋଡ୍ ସୋ’ ହେବ ।