ପଳାତକଙ୍କୁ ଧରିବ ‘ଭାରତପୋଲ’ ପୋର୍ଟାଲ, ଲଞ୍ଚ କଲେ ଗୃହମନ୍ତ୍ରୀ ଅମିତ ଶାହା
ଅପରାଧୀ ତଥା ଦୁଷ୍କର୍ମକାରୀଙ୍କ ବିରୋଧରେ ଭାରତ ସରକାର କ୍ରମାଗତ ଭାବେ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାସହ ବେଳେ ବେଳେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରୁଛନ୍ତି । କିନ୍ତୁ ଅନେକ ଥର ଅପରାଧୀମାନେ ଅପରାଧ କରିବା ପରେ ବିଦେଶକୁ ଫେରାର ହୋଇଯାଆନ୍ତି । ତେବେ ବର୍ତ୍ତମାନ ଭାରତର ପଳାତକ ଅପରାଧୀଙ୍କୁ ନିୟନ୍ତ୍ରଣ କରିବା ସହଜ ହେବାକୁ ଯାଉଛି । ଦେଶ ଛାଡ଼ି ବିଦେଶକୁ ପଳାୟନ କରୁଥିବା ମୋଷ୍ଟ ୱାଣ୍ଟେଡ ଏବଂ ପଳାତକମାନଙ୍କୁ ସହଜରେ ଧରିବା ପାଇଁ ସିବିଆଇ ପକ୍ଷରୁ ଏକ ପୋର୍ଟାଲ ଲଞ୍ଚ କରାଯାଇଛି । ଏହାର ନାଁ ରହିଛି ‘ଭାରତପୋଲ’ । ଗୃହମନ୍ତ୍ରୀ ଅମିତ ଶାହା ଆଜି ଭାରତପୋଲ ପୋର୍ଟାଲ ଲଞ୍ଚ କରିଛନ୍ତି । ଏହି ସମୟରେ ସେ ଏହାର ଲାଭ ବିଷୟରେ ଦେଶବାସୀଙ୍କ କହିବା ସହିତ ସମଗ୍ର ସିବିଆଇ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି । ଦେଶର ତଦନ୍ତକୁ ଏକ ନୂତନ ଯୁଗକୁ ନେବା ପାଇଁ ଏହା ଏକ ବଡ଼ ପଦକ୍ଷେପ ବୋଲି ଅମିତ ଶାହା କହିଛନ୍ତି ।
ଭରତପୋଲ କ’ଣ?
ଭାରତପୋଲ ହେଉଛି ଏକ ସାଧାରଣ ପୋର୍ଟାଲ, ଯାହା ଇଣ୍ଟରପୋଲ ଲାଇନରେ ସିବିଆଇ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହି ପୋର୍ଟାଲ ମାଧ୍ୟମରେ କୌଣସି ପ୍ରକାର ଆତଙ୍କବାଦୀ ଘଟଣା, ଗୁରୁତର ଅପରାଧ, ନାକୋର୍ ଏବଂ ସାଇବର ଅପରାଧୀଙ୍କ ନିକଟରେ ପହଞ୍ଚିବା ସହଜ ହେବ। ଏହି ପୋର୍ଟାଲରେ ସିବିଆଇ, ଇଡି, ଏନଆଇଏ ଏବଂ ସମସ୍ତ ରାଜ୍ୟର ପୋଲିସ ଭଳି ସମସ୍ତ ଅନୁସନ୍ଧାନକାରୀ ସଂସ୍ଥା ଏଥିରେ ଅନ୍ତଭୁର୍କ୍ତ ହେବେ । ଏମାନେ ସମସ୍ତେ ଏଥିରେ କନେକେ୍ଟଡ୍ ରହିବେ ।
ପଳାତକ ଅପରାଧୀଙ୍କୁ ଦେଶକୁ ସହଜରେ ଫେରିବା ପାଇଁ କେନ୍ଦ୍ର ସରକାର ଭରତପୋଲ ପରି ଏକ ବଡ଼ ପଦକ୍ଷେପ ନେଇଛନ୍ତି ।
-ଏହି ପୋର୍ଟାଲ ସିବିଆଇ ଅଧୀନରେ କାମ କରିବ, ଯାହା ମାଧ୍ୟମରେ ସମସ୍ତ ରାଜ୍ୟର ପୋଲିସ ଇଣ୍ଟରପୋଲରୁ ସିଧାସଳଖ ସାହାଯ୍ୟ ନେବାକୁ ସକ୍ଷମ ହେବେ ।
-ଏହା ମାଧ୍ୟମରେ ସାଇବର ଅପରାଧ ସମେତ ଅନ୍ୟାନ୍ୟ ଅପରାଧିକ ମାମଲାର ତଦନ୍ତ ତ୍ୱରାନ୍ୱିତ ହେବ ।
-ଏହା ବ୍ୟତୀତ ଏହି ପୋର୍ଟାଲ ମାଧ୍ୟମରେ ଅପରାଧୀଙ୍କ ବିଷୟରେ ପ୍ରକୃତ ସୂଚନା ସହଜରେ ସଂଗ୍ରହ କରାଯାଇପାରିବ ।
ସୁରକ୍ଷା ଏଜେନ୍ସି ପାଇଁ ଏହା କେତେ ଲାଭଦାୟକ?
ଏହି ପୋର୍ଟାଲ ଆରମ୍ଭ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଇଣ୍ଟରପୋଲ ସହିତ ଭାରତୀୟ ସୁରକ୍ଷା ଏଜେନ୍ସିର ସମନ୍ୱୟକୁ ସହଜ କରିବା । ବର୍ତ୍ତମାନ ସମସ୍ତ ରାଜ୍ୟଗୁଡ଼ିକର ପୋଲିସ ମଧ୍ୟ ଏହାର ଲାଭ ଉଠାଇ ପାରିବେ । ଏହି ପୋର୍ଟାଲ ମାଧ୍ୟମରେ ସେମାନେ କୌଣସି ଅପରାଧୀଙ୍କ ବିଷୟରେ ସୂଚନା ପାଇଁ ସିଧାସଳଖ ଇଣ୍ଟରପୋଲକୁ ଅନୁରୋଧ କରିପାରିବେ । ଯେତେବେଳେ ଜଣେ ଅପରାଧୀ ଯାଇ ବିଦେଶରେ ଲୁଚିଯାଏ, ସେହି ପରିସ୍ଥିତିରେ ସୂଚନା ପାଇବା ପାଇଁ ପୋଲିସକୁ ଇଣ୍ଟରପୋଲର ସାହାଯ୍ୟ ନେଇଥାଏ । ଏଥିପାଇଁ ପୋଲିସ ବିଭାଗକୁ ମାମଲା ସମ୍ପର୍କରେ ସୂଚନା ଦେଇ ସିବିଆଇରେ ଆବେଦନ କରିବାକୁ ପଡିଥାଏ । ଯାହା ପରେ ସିବିଆଇ ମାମଲା ଅନୁସନ୍ଧାନ କରି ଏକ ମାମଲା ପଠାଇଥାଏ । ଏହି ସମଗ୍ର ପ୍ରକ୍ରିୟା ବହୁତ ସମୟ ନେଇଥାଏ ଏବଂ ଲମ୍ବା କାଗଜପତ୍ର ଆବଶ୍ୟକ କରେ । ଏହାକୁ ଏଡାଇବା ପାଇଁ ଭାରତପୋଲ ଆସିଛି । ତେବେ ବର୍ତ୍ତମାନ ଏହି ‘ଭାରତପୋଲ’ ପୋର୍ଟାଲ ଜରିଆରେ ଏମାନଙ୍କ ଅପରାଧ ଉପରେ ରୋକ୍ ଲଗାଯାଇପାରିବ ।