ସହିଦ ପରିବାରକୁ ସହାୟତାର ହାତ ବଢ଼ାଇଲେ ଅଭିନେତା ଅମିତାଭ ଏବଂ କ୍ରିକେଟର ସେୱାଗ୍

ନୂଆଦିଲ୍ଲୀ : ୧୪ ଫେବ୍ରୁଆରୀରେ କାଶ୍ମୀର ପୁଲୱାମାରେ ହୋଇଥିବା ବିସ୍ପୋରଣ ସାରା ଦେଶକୁ ଦୋହଲାଇ ଦେଇଛି। ଏଥିରେ ହୋଇଥିବା ୪୪ ଜବାନଙ୍କ ମୃତ୍ୟୁ ଦେଶର ଆତ୍ମସମ୍ନାନକୁ ଆଘାତ ପହଞ୍ଚାଇଛି। କ୍ରୋଧ ଏବଂ କୋହରେ ଭରି ଯାଇଛି ସବୁ ଭାରତୀୟଙ୍କ ମନ। ବିଭିନ୍ନ ସ୍ତରରେ ଯବାନଙ୍କ ପରିବାରକୁ ସହୟତା ରାଶି ମିଳୁଥିବା ବେଳେ ଏଥିରେ ଏବେ ସାମିଲ ହୋଇଛନ୍ତି କଳାକାର ଅମିତାଭ ବଚ୍ଚନ ଏବଂ ସେହେୱାଗ।
ଅମିତାଭ ବଚ୍ଚନ ସହିଦ ହୋଇଥିବା ପରିବାରକୁ ୨.୪୫ ଟଙ୍କା ସାହାଯ୍ୟ ଦେବାପାଇଁ ଘୋଷଣା କରିଛି । ଗତ ବର୍ଷ ମଧ୍ୟ ଅମିତାଭ ବଚ୍ଚନ ଦେଶରେ ସୁରକ୍ଷା କରି ସହିଦ ହୋଇଥିବା ୪୪ ଝଜଣ ଯବାନଙ୍କ ପରିବାରକୁ ୧ କୋଟି ଟଙ୍କାର ସାହାଯ୍ୟ ପ୍ରଦାନ କରିଥିଲେ ।
ସୂଚନା ଅନୁସାରେ ଅମିତାଭ ବଚ୍ଚନଙ୍କର ଏକ ଟିମ ବର୍ତ୍ତମାନ ସରକାରଙ୍କ ସହ ସମ୍ପର୍କରେ ଅଛନ୍ତି । ଯାହାଦ୍ୱାରା ସହିଦ ପରିବାରକୁ ଶୀଘ୍ର ସାହାଯ୍ୟ ପହଞ୍ଚାଯାଇପାରିବ । ତେବେ ଏହି ଆକ୍ରମଣକୁ ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ମଧ୍ୟ କଡ଼ା ନିନ୍ଦା କରିଥିଲେ ।
ସେହିପରି ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳୀ ବିରେନ୍ଦ୍ରଅ ସେହେୱାଗ୍ ମଧ୍ୟ ସହିଦ ଯବାନଙ୍କ ପରିବାର ଆଡକୁ ସହାୟତାର ହାତ ବଢ଼ାଇଛନ୍ତି। ସେ ଯବାନଙ୍କ ପିଲାମାନଙ୍କର ସମସ୍ତ ପାଠପଢ଼ା ଖର୍ଚ୍ଚ ଉଠାଇବା ନେଇ ଘୋଷଣା କରିଛନ୍ତି।
ତେବେ ଏହି ତାଲିକାରେ ଖାଲି କଳାକାର ଏବଂ ଖେଳାଳୀ ନୁହଁ ସାମିଲ ଅଛି ରିଲାଏନ୍ସ ଫାଉଣ୍ଡେସନ। ଏହି ସଂସ୍ଥା ମଧ୍ୟ ଯବାନଙ୍କ ପିଲାଙ୍କର ସମସ୍ତ ଖର୍ଚ୍ଚ ବହନ କରିବା ସହ ତାଙ୍କ ପାଠ ପଢ଼ା ସଠିକ ସ୍ଥାନରେ କିପରି ହେବ ତାହାର ଦାୟିତ୍ବ ବହନ କରିଛି।