ପୋଲାଣ୍ଡ ବିଶ୍ୱବିଦ୍ୟାଳୟରେ ପାଠ ହେଲା ଅମିତାଭଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କ “ମଧୁଶାଳା”, ଏମିତି ଭାବୁକ ହେଲେ ବିଗ-ବି

କିଛି ଦିନ ତଳେ ହିଁ ବିଗ-ବି ଅମିତାଭ ବଚ୍ଚନଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ଖାଲି ଅମିତାଭ ନୁହେଁ ବଚ୍ଚନ ପରିବାରର ଅନ୍ୟ ତିନି ଜଣ ସଦସ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ପରେ ମୁମ୍ବାଇସ୍ଥିତ ନାନାବତୀ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି । ହସ୍ପିଟାଲରେ ଥିବା ସମୟରେ ବିଗ -ବି ବିଭିନ୍ନ ସୋସିଆଲ ମିଡ଼ିଆ ମାନଙ୍କରେ ଖୁବ ଆକ୍ଟିଭ ରହିବା ସହ ଏହା ଜରିଆରେ ନିଜ ଫ୍ୟାନ୍ସ ମାନଙ୍କୁ ନିଜ ହେଲ୍ଥର ଅପଡେଟ ମଧ୍ୟ ଦେଉଛନ୍ତି । ଏହାବାଦ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ଶୁଭଚିନ୍ତକ ମାନଙ୍କୁ ବି ସୋସିଆଲ ମିଡ଼ିଆ ମାଧ୍ୟମରେ ଧନ୍ୟବାଦ ଜଣାଉଛନ୍ତି । ଏହି ନିକଟରେ ଅମିତାଭ ଏକ ନୂଆ ଅପଡେଟ ସେୟାର କରିଛନ୍ତି ।

ପ୍ରକୃତରେ ଅମିତାଭଙ୍କ ପିତା ତଥା ହରିବଂଶ ରାୟ ବଚ୍ଚନଙ୍କ ଏକ କବିତା ପୋଲାଣ୍ଡ ସ୍ଥିତ ଏକ ବିଶ୍ୱବିଦ୍ୟାଳୟରେ ପାଠ କରାଯାଇଛି । ଏହି ଭିଡିଓ ଟିକୁ ଅମିତାଭ ସୋସିଆଲ ମିଡିଆରେ ସେୟାର କରିବା ସହ ଲେଖିଛନ୍ତି, “ମୁଁ ଆଜି ଖୁବ ଖୁସି ଅଛି । ବାବୁଜିଙ୍କ କବିତାକୁ ପୋଲାଣ୍ଡରେ ସମ୍ମାନିତ କରାଯାଇଥିବାରୁ ମୁଁ ଆଜି ଖୁବ ଗର୍ବିତ ।” ଖାଲି ସେତିକି ନୁହେଁ ପୋଲାଣ୍ଡ ସ୍ଥିତ “ବ୍ରୋକଲୋ କୋ ୟୁନେସ୍କୋ ସିଟି ଅଫ ଲିଟେରେଚର ଆୱାର୍ଡ”ରେ ସମ୍ମାନିତ ମଧ୍ୟ କରାଯାଇଛି । ଏବାବଦରେ ଅମିତାଭ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତିକି, ଆଜି ବାବୁଜିଙ୍କ ଦ୍ୱାରା ରଚନା ହୋଇଥିବା “ମଧୁଶାଳା” କବିତା ପାଠ ହେଲା, ଆଉ ଏହାକୁ ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଛାତ ଉପରେ ବସି ଧ୍ୟାନର ସହ ବସି ଶୁଣିଥିଲେ । ଆଉ ସବୁଠୁ ଅଧିକ ଖୁସିର କଥା ହେଉଛି, ପୋଲାଣ୍ଡର ବ୍ରୋକଲୋ ସହରକୁ ହରିବଂଶ ରାୟ ବଚ୍ଚନଙ୍କ ସହର ଭାବେ ବି ବର୍ଣ୍ଣନା କରାଯାଇଛି ।

amitabh

କହିରଖିବା ଉଚିତ ହେବକି, ଦେଶରେ କରୋନା ଜନିତ ମାମଲା ଦିନ କୁ ଦିନ ହୁ ହୁ ହୋଇ ବଢିଚାଲିଛି । ଏବେ ଏମିତି ସ୍ଥିତି ଯେ ପ୍ରତିଦିନ ୩୫ ରୁ ୪୦ ହଜାର ପର୍ଯ୍ୟନ୍ତ ନୂଆ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ନାମିଦାମୀ କଳାକାର ବି କରୋନାରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି । ବଚ୍ଚନ ପରିବାର ବ୍ୟତୀତ ଅନୁପମ ଖେର ଓ ଟିଭି ଆକ୍ଟର ପାର୍ଥ ସମଥନଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.