ଦୁଇ ଟଙ୍କା ପାଇଁ କ୍ରିକେଟ୍ ଟିମ୍ରେ ସାମିଲ୍ ହୋଇ ପାରିନଥିଲେ ଅମିତାଭ, ନିଜ ଜୀବନର କିଛି ଅଭୁଲା କଥା କହିଲେ

ଜୀବନରେ ଦୁଇ ଟଙ୍କାର ମହତ୍ତ୍ୱ କେତେ ସେ କଥାକୁ କହିବାକୁ ଯାଇ ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ ନିଜ ଜୀବନର କିଛି ଅଭୁଲା ସ୍ମୃତି ସେୟାର କରିଛନ୍ତି ‘କୈାନ ବନେଗା କରୋଡପତି’ ଶୋ ରେ ।
ଏବେ ‘କୈାନ୍ ବନେଗା କରୋଡପତି’ର ୧୨ ତମ ସିଜିନ୍ ଚାଲିଛି । ଏହାର ଏକ ଏପିସୋଡ୍ରେ ହଟ୍ ସିଟ୍ରେ ବସିଥାନ୍ତି ଜୟ ନାମକ ଜଣେ ବ୍ୟକ୍ତି । ଜୟ ଏଥିରେ ତାଙ୍କର ଜୀବନର ଏକ ସ୍ମୃତି ଅମିତାଭଙ୍କ ଆଗରେ କହିଲେ । ପିଲାଦିନେ ସେ କିପରି ୨ ଟଙ୍କା ପାଇଁ ଏକ ସ୍ନାକ୍ସ କିଣି ପାରିନଥିଲେ । ମା’ଙ୍କ ପାଖରେ ୫ ଟଙ୍କା ଥିବାରୁ ୭ ଟଙ୍କାର ସ୍ନାକ୍ସ କିଣି ପାରିନଥିଲେ ।
ଏହା ଶୁଣିବା ପରେ ଅମିତାଭ ମଧ୍ୟ ତାଙ୍କ ଜୀବନରେ ୨ ଟଙ୍କାର ଏକ କାହାଣୀ ଥିବା କଥା ସେୟାର କରିଥିଲେ । ଅମିତାଭ କହିଥିଲେ ଯେ ପିଲାବେଳେ ସ୍କୁଲ କ୍ରିକେଟ ଟିମ୍ରେ ୨ ଟଙ୍କା ଅଭାବରୁ ମିଶି ପାରିନଥିଲେ ସେ ।
ଯେତେବେଳେ ସେ ୨ ଟଙ୍କା ମା’ଙ୍କୁ ମାଗିଲେ ମା’ ତାଙ୍କ ପାଖରେ ୨ ଟଙ୍କା ନଥିବା କହିଥିଲେ । ଫଳରେ ସେ କ୍ରିକେଟ୍ ଟିମ୍ରେ ଯୋଗ ଦେଇ ପାରି ନଥିଲେ । “ଏହି ଘଟଣା ମୋ ଜୀବନରେ ଏକ ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ଦେଇଥିଲା । ୨ ଟଙ୍କାର ମୂଲ୍ୟ କ’ଣ ଅଟେ ଆଜି ମୋର ମନେ ପଡ଼ୁଛି ବୋଲି କହିଥିଲେ ଅମିତାଭ ।”