୫ ଦିନରେ ତିଆରି ହେଲା ୭୫ କିମି ହାଇୱେ, କାମକୁ ପ୍ରଶଂସା କଲେ ନୀତିନ ଗଡକାରୀ

ରାସ୍ତା ନିର୍ମାଣରେ ବିଶ୍ୱ ରେକର୍ଡ କରିଛି NHAI । ୫ ଦିନରେ ୭୫ କିଲୋମିଟର ଲମ୍ବ ସଙ୍ଗିଲ ଲେନ କଂକ୍ରିଟ ରୋଡ ତିଆରି ହୋଇଛି। ଅମରାବତୀ ଓ ପଶ୍ଚିମ ବଦର୍ଭର ଆକୋଲାର NH 53ରେ ବିଟୁମିନସ କଂକ୍ରିଟ ରୋଡ ତିଆରି କରିଛି NHAI ଓ ଏହାର କଣ୍ଟ୍ରାକ୍ଟର । ଜୁନ ୩ ତାରିଖ ସକାଳରେ କାମ ଆରମ୍ଭ ହୋଇଥଲା । ଗତକାଲି ସଂଧ୍ୟା ୫ଟାରେ ରାସ୍ତା କାମ ଶେଷ ହୋଇଛି ।

କାମ ଶେଷ ହେବାକୁ ୧୦୫ ଘଣ୍ଟା ୩୩ ମିନିଟ ସମୟ ଲାଗିଥିଲା । ତିଆରି ପାଇଁ ୮୦୦ କର୍ମଚାରୀ, ୭୨୦ ଶ୍ରମିକ ଦିନ ରାତି କାମ କରିଥିଲେ । ଏଥିସହ ଗିନଜ ଓ୍ଵାଲ୍ଡ ରେକର୍ଡରେ ଏହା ସ୍ଥାନ ପାଇଛି । ସଫଳତା ପାଇଁ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ NHAI ଓ କନସଲଟାଣ୍ଟସ୍ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।

ଅମରାବତୀରୁ ଓକୋଲା ମଧ୍ୟରେ ରାସ୍ତା ଦୀର୍ଘ ୧୦ ବର୍ଷ ହେଲାଣି ଖରାପ ଅବସ୍ଥାରେ ରହିଥିଲା। ଏଠାରେ ସଡ଼କ ନିର୍ମାଣ କରିବା ପାଇଁ ପୂର୍ବରୁ ୩ଟି କମ୍ପାନୀକୁ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଏହି କାମ ହୋଇପାରିନଥିଲା। ଅମରାବତୀରୁ ଓକୋଲା ଯିବା ପାଇଁ ଲୋକେ ଦରିୟାପୁର ରାସ୍ତା ଦେଇ ଯାଉଥିଲେ।

ଏହି କାମ କରିଥିବା କମ୍ପାନୀ ରାଜପଥ ଇନଫ୍ରାକନ୍‌ ପାଇଁ ନୂଆ ନୁହେଁ। ପୂର୍ବରୁ ଏହି ଟିମ୍‌ ୨୪ ଘଣ୍ଟାରେ ରାସ୍ତା ତିଆରି କରି ରେକର୍ଡ ସୃଷ୍ଟି କରିଛି। ଏହି କମ୍ପାନୀ ଦୋହାରେ ମଧ୍ୟ ୨୫ କିମି ଅଲ-ଖୋର ଏକ୍ସପ୍ରେସ ପାଇଁ ୨୪୨ ଘଣ୍ଟାରେ ରାସ୍ତା କରିବାର ରେକର୍ଡ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.