ଆଜି ଉଦ୍‌ଘାଟନ ହେବ ଅମୃତ ଉଦ୍ୟାନ: ଜାନୁଆରୀ ୩୧ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ

କେନ୍ୟୁଜ୍(ବ୍ୟୁରୋ):  ଆଜି ଉଦ୍‌ଘାଟିତ ହେବ ଅମୃତ ଉଦ୍ୟାନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଏହାର ଶୁଭ ଉଦ୍‌ଘାଟନ କରିବେ। ରାଷ୍ଟ୍ରପତି ଭବନ ଉଦ୍ୟାନ ମୋଗଲ ଗାର୍ଡେନର ନାଁ ବଦଳାଇ ଅମୃତ ଉଦ୍ୟାନ ରଖାଯାଇଛି । ଚଳିତ ବର୍ଷ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳୁଛି ଆଜାଦି କା ଅମୃତ ମହୋତ୍ସବ । ଏହାକୁ ଦୃଷ୍ଟିରେ ରଖି ଉଦ୍ୟାନର ନାଁ ଅମୃତ ଉଦ୍ୟାନ ରଖାଯାଇଛି। ଆସନ୍ତା ୩୧ ତାରିଖରୁ ଜନସାଧାରଣଙ୍କ ପାଇଁ ଖୋଲିବ ଅମୃତ ଉଦ୍ୟାନ । ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଖୋଲା ରହିବ ।

ରକ୍ଷଣାବେକ୍ଷଣ ପାଇଁ ପ୍ରତି ସୋମବାର ବନ୍ଦ ରହିବ । ସେହିପରି ହୋଲି ପାଇଁ ମାର୍ଚ୍ଚ ୮ ତାରିଖରେ ବନ୍ଦ ରହିବ। ଅନ୍ୟପଟେ ମାର୍ଚ୍ଚ ୨୮ରେ ସ୍ୱତନ୍ତ୍ର ଭାବେ ଚାଷୀଙ୍କ ପାଇଁ ଖୋଲା ରହିବ ଉଦ୍ୟାନ। ମାର୍ଚ୍ଚ ୨୯ରେ ଭିନ୍ନକ୍ଷମ ବ୍ୟକ୍ତି ଏବଂ ମାର୍ଚ୍ଚ ୩୦ରେ ସୁରକ୍ଷା କର୍ମୀଙ୍କ ପାଇଁ ଖୋଲା ରହିବ ଗାର୍ଡେନ । ଏଥର ସ୍ୱତନ୍ତ୍ର ଆକର୍ଷଣ ରହିବ ଉଦ୍ୟାନର ୧୨ ପ୍ରକାର ତୁଲିପ ଫୁଲ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.