photo: india today
ପଳାତକ ଅମ୍ରିତପାଲ ସିଂଙ୍କ ପତ୍ନୀଙ୍କୁ ଗୁରୁବାର ଅମୃତସର ବିମାନବନ୍ଦରରେ ପୋଲିସ ଅଟକ ରଖିଛି। ସେ ଲଣ୍ଡନ ପଳାଇଯିବାକୁ ବାହାରିଥିଲେ। କିନ୍ତୁ ବିମାନରେ ବସିବା ପୂର୍ବରୁ ହିଁ ପୋଲିସ ତାଙ୍କୁ ହେପାଜତକୁ ନେଇଯାଇଛି। ଏବେ ଅମ୍ରିତପାଲଙ୍କ ପତ୍ନୀଙ୍କୁ ପଚରାଉଚରା କରାଯାଉଛି।
ଅମ୍ରିତପାଲଙ୍କ ପତ୍ନୀ କିରଣଦୀପ କୌରଙ୍କ ବିରୋଧରେ ସାରା ଦେଶରେ କୌଣସି ବି ମାମଲା ପଞ୍ଜିକୃତ ହୋଇନାହିଁ। ଯଦିଓ କିରଣଦୀପଙ୍କୁ ସମାନ ଆଇନଗତ ପ୍ରକ୍ରିୟା ଅଧୀନରେ ଅଟକାଯାଇଛି, ଯେଉଁଥିରେ ପଳାତକ ଅଭିଯୁକ୍ତଙ୍କ ପରିବାର ଏବଂ ତାଙ୍କୁ ଜାଣିଥିବା ଲୋକଙ୍କୁ ପଚରାଉଚରା କରାଯାଉଛି।
କହି ରଖୁଛୁ, ୱାରିସ୍ ପଞ୍ଜାବ ଦେ ସଂଗଠନର ମୁଖ୍ୟ ଅମ୍ରିତପାଲ ସିଂ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ପଞ୍ଜାବ ପୋଲିସ ମାର୍ଚ୍ଚ ୧୮ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହି ସମୟରେ ପୋଲିସ ତାଙ୍କର ଶତାଧିକ ସହକର୍ମୀ ଏବଂ ସମର୍ଥକଙ୍କୁ ଗିରଫ କରିଥିଲା। ଯଦିଓ ଅମ୍ରିତପାଲ ତାଙ୍କର କିଛି ସହଯୋଗୀଙ୍କ ସହ ଖସିଯିବାରେ ସଫଳ ହୋଇଥିଲେ। ସେବେଠାରୁ ପୋଲିସ ତାଙ୍କୁ ଲଗାତାର ଭାବେ ଖୋଜୁଛି। ଅମ୍ରିତପାଲ ସିଂ ଚଳିତ ବର୍ଷ ଫେବୃଆରୀରେ ବ୍ରିଟେନର ଏନ୍ଆର୍ଆଇ କିରଣଦୀପ କୌରଙ୍କୁ ବିବାହ କରିଥିଲେ।
ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…
ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…
ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…
ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…
କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…
ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…