ପଞ୍ଜାବ ଅମୃତସରରେ ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର, ପାକିସ୍ତାନ ଏବଂ ISI ସଂପର୍କ ନେଇ ଯାଞ୍ଚ

ପଞ୍ଜାବ ଅମୃତସରରେ ଗ୍ରେନେଡ ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ଗୁରସିଦକ ପୋଲିସ ଏନକାଉଣ୍ଟରରେ ଟଳି ପଡିଛି । ତେବେ ଆକ୍ରମଣକାରୀ ପାକିସ୍ତାନୀ କିମ୍ବା ଆଇଏସଆଇ ସହିତ ସଂପର୍କ ଥିବା ନେଇ ପୋଲିସ ଯାଞ୍ଚ କରୁଛି ।

ସୂଚନା ମୁତାବକ, ରବିବାର ସକାଳୁ ସକାଳୁ ଅଭିଯୁକ୍ତ ବିଷୟର ସୂଚନା ମିଳିଥିଲା । ଏମାନେ ରାଜାସାନ୍ସୀ ଅଞ୍ଚଳରେ ବୁଲୁଥିବାର ନଜର ଆସିଥିଲେ । ତେଣୁ ତାଙ୍କୁ ଧରିବା ପାଇଁ ସିଆଇଏ ଏବଂ ଏସଏଚଓ ଛେହରଟା ପୋଲିସ ଟିମ୍ ଗଠନ କରାଯାଇଥିଲା । ଏହାପରେ ଅଭିଯକ୍ତ ବାଇକକୁ ଛେହରଟାରେ ଅଟକ ରଖାଯାଇଥିଲା । ସେମାନେ ନିଜ ବାଇକ୍ ଛାଡି ପୋଲିସ ଉପରେ ଗୁଳି ଚଲାଇଥିଲେ ।

ଏଥିରୁ ଗୋଟିଏ ଗୁଳି କନଷ୍ଟେବଳ ଗୁରପ୍ରୀତ ସିଂଙ୍କ ମୁଣ୍ଡରେ ବାଜିଥିଲା । ଅନ୍ୟ ଏକ ଗୁଳି ତାଙ୍କ ବାମ ହାତ, ଆଉ ଏକ ଗୁଳି ଇନ୍ସପେକ୍ଟର ଅମୋଲକ ସିଂଙ୍କ ପଗଡି, ଅନ୍ୟଟି ପୋଲିସ ଗାଡିରେ ବାଜିଥିଲା । ଇନ୍ସପେକ୍ଟର ବିନୋଦ କୁମାର ଆତ୍ମରକ୍ଷାରେ ନିଜ ପିସ୍ତଲରୁ ଗୁଳି ଚଳାଇଥିଲେ । ଯେଉଁଥିରେ ଅଭିଯୁକ୍ତ ଗୁରୁତର ଆହତ ହୋଇଥିଲା । ତୁରନ୍ତ ଏମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ହସପିଟାଲରେ ଅଭିଯୁକ୍ତ ଜଣକର ଜୀବନ ଚାଲିଯାଇଥିଲା । ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ।

ସୂଚନାଯୋଗ୍ୟ, ପଞ୍ଜାବର ଅମୃତସରର ଖଣ୍ଡୱାଲା ଅଞ୍ଚଳରେ ଠାକୁରଦ୍ବାର ମନ୍ଦିର ନିକଟରେ ଆକ୍ରମଣ ହୋଇଥିଲା । ବିଳମ୍ବିତ ରାତିରେ ଆକ୍ରମଣକାରୀ ୨ ଯୁବକ ମୋଟର ସାଇକେଲରେ ବସି ରାତିରେ ଆସୁଛନ୍ତି । ଯୁବକ ବାଇକରେ ବସିଥିବା ବେଳେ ଅନ୍ୟ ଜଣେ ରାସ୍ତାରେ ଓହ୍ଲାଇ ବୁଲୁଥାଏ । ପରସ୍ପର ଚାରିଆଡେ ଚାହିଁବା ପରେ ବୁଲୁଥିବା ଯୁବକ ଜଣକ ଗ୍ରେନେଡ ପକାଇଥିଲା । ଗ୍ରେନେଡ ପକାଇବା ପରେ ବାଇକରେ ବସି ଫେରାର ହୋଇଯାଇଥିଲା । ଘଟଣାର ସିସିଟିଭି ଫୁଟେଜ ଆସିବା ପରେ ପୋଲିସ ଏମାନଙ୍କୁ ଗିରଫ କରାଯାଇଥିଲା ।

Also Read : ASI ଙ୍କୁ ହତ୍ୟା ମାମଲାରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ମୁଖ୍ୟ ଅଭିଯୁକ୍ତ ଏନକାଉଣ୍ଟରରେ ଗୁରୁତର