ୟୁଟ୍ୟୁବରୁ ଶିଖୁଥିଲେ ଲୁଟ ତରିକା, ରାତି ୧୨ ଟା ପରେ ଭକୁଆ ବନାଇ ଖାଲି କରୁଥିଲେ ଲୋକଙ୍କ ଆକାଉଣ୍ଟ

ଉତ୍ତରପ୍ରଦେଶ ସ୍ଥିତ ଅମରୋହା ପୋଲିସ ଫର୍ଜି ଏଟିଏମ୍ କାର୍ଡ ବ୍ୟବହାର କରି ଏଟିଏମରୁ ଟଙ୍କା ଲୁଟିବା ମାମଲାରେ ଚାରି ଆରୋପିଙ୍କୁ ଗିରଫ କରିଛି । ଏମାନଙ୍କ ନିକଟରୁ ଏକ କାର, ୧୪ ଟି ଡେଭିଟ କାର୍ଡ, କ୍ରେଡିଟ କାର୍ଡ, ସ୍ବାଇପ ମେସିନ ସମେତ ତିନି ତିନିଟି ମୋବାଇଲ ଫୋନ ଜବତ କରିଛି ପୋଲିସ । ପୋଲିସ ସୂତ୍ରରୁ ଜଣାଯାଇଛିଯେ, ଏହି ଅପରାଧୀ ମାନେ ହେଉଛନ୍ତି ହରିୟାଣାର ମୂଳବାସିନ୍ଦା । ଏମାନେ ହେଲେ ରୋଶନ, ଜଗଦୀଶ, ରାଜବିର, ଵଲେରାମ । କିନ୍ତୁ ପୋଲିସକୁ ଆଶ୍ଚର୍ଯ୍ୟ କରିଛି ଏମାନଙ୍କ ଲୁଟ କରିବା ତରିକା । କାରଣ ଏହି ଆରୋପି ମାନେ ୟୁଟ୍ୟୁବରୁ କ୍ରେଡିଟ କାର୍ଡ ଓ ଡେଭିଡ କାର୍ଡ ଉଭୟର କ୍ଲୋନ ବନାଇବା ତରିକା ଶିଖି ହିଁ ଏହି ଲୁଟ କରୁଥିଲେ । ଅମରୋହା ଏଏସପି ଅଜୟ ପ୍ରତାପ ସିଂହଙ୍କ ଅନୁଯାୟୀ କୋତବାଲି ପୋଲିସ ଚୌଧପୁରର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନିକଟରେ ଛିଡା ହୋଇଥିବା ଏକ କାର ଭିତରୁ ଚାରି ଆରୋପିଙ୍କୁ ଧରିଛି ।

loot

ଏଏସ୍ପିଙ୍କ ଅନୁଯାୟୀ, ଘଟଣା ଘଟାଇବା ପୂର୍ବରୁ ଅନ୍ୟତମ ଆରୋପି ସଂଜୀବ ୟୁଟ୍ୟୁବ ଜରିଆରେ ଏଟିଏମ୍ କ୍ଲୋନ କରିବା ଶିଖିଥିଲେ । ଏହାପରେ ନିଜ ସାଥିମାନଙ୍କୁ ବି ଏହି ଲୁଟ ତରିକା ଶିଖାଇଥିଲା । ତରିକା ଶିଖିବା ପରେ ଏମାନେ ଗୁଜୁରାଟ ଅହମ୍ମଦାବାଦରୁ ଅନଲାଇନ ମାଧ୍ୟମରେ ବୁକିଙ୍ଗ କରି ଏକ ସ୍ବାଇପ ମେସିନ ମଗାଇଥିଲେ । ଖାଲି ଉତ୍ତରପ୍ରଦେଶ ନୁହେଁ ଏମାନେ ହରିୟାଣା, ରାଜସ୍ଥାନ, ପଶ୍ଚିମ ବଙ୍ଗ, ବିହାର ପରି ରାଜ୍ୟର ଲୋକଙ୍କୁ ବି ନିଜ ଜାଲରେ ଫସାଇ ଲୁଟି ଆସୁଥିଲେ । ଏମାନେ କିପରି ଭାବେ ନୂଆ ତରିକା ଶିଖିଥିଲେ ଓ ଏହାକୁ ନିଜ କାର୍ଯ୍ୟରେ ଲଗାଇଥିଲେ ସେବାବଦରେ ଏଏସପି ବିସ୍ତୃତ ଭାବରେ ସୂଚନା ଦେଇଛନ୍ତି । ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଆରୋପି ମାନେ

ନିଜ ନିଜ ମୋବାଇଲରେ ଇଏସୱାଇ ଓ ଏମଏସଆଇ ଆପକୁ ଡାଉନଲୋଡ଼ କରି ୟୁଟ୍ୟୁବ ଭିଡିଓ ଦେଖି ସ୍ବାଇପ ମେସିନକୁ ବ୍ଲୁଟୁଥ ମାଧ୍ୟମରେ ନିଜ ନିଜ ମୋବାଇଲକୁ କନେକଟ କରି ଦେଉଥିଲେ । ଏହା ପରେ ଲୋକଙ୍କୁ ନିଜ କଥା ଜାଲରେ ଫସାଇ ଅତି ଚାଲାକିରେ ଫର୍ଜି କାର୍ଡ ଜରିଆରେ ଟଙ୍କା ଲୁଟି ନେଉଥିଲେ । ଏହି କାମ ସାଧାରଣତଃ ରାତି ୧୨ଟା ପରେ ଏମାନେ କରନ୍ତି । ରାତିରେ କରିବା ଦ୍ୱାରା ଲୋକଙ୍କ ନିକଟରେ ଓଟିପି ମେସେଜ ପହଞ୍ଚିଲେ ବି ସେମାନେ ଦେଖିପାରନ୍ତି ନାହିଁ କି ବ୍ଲକ ବି କରିପାରନ୍ତି ନାହିଁ । ଫଳରେ ବିନା କୌଣସି ବାଧାରେ ଏମାନେ ଅତି ସହଜରେ ଟଙ୍କା ଲୁଟ କରିପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.