ଦୀପାବଳି ପୂର୍ବରୁ ମହଙ୍ଗା ମାଡ଼, ଅମୁଲ କମ୍ପାନି ବଢ଼ାଇଲା କ୍ଷୀର ଦର

ଅମୁଲ ପୁଣି କ୍ଷୀର ଦର ବୃଦ୍ଧି କରିଛି। ଦିଲ୍ଲୀରେ ଏହାର ଦର ଲିଟର ପିଛା ୨ ଟଙ୍କା ବଢ଼େଇଛି। ଫୁଲ କ୍ରିମ ମିଲ୍‌କ ୬୧ ଟଙ୍କା ଜାଗାରେ ୬୩ ଟଙ୍କା ହୋଇଯାଇଛି। ନୂଆ ଦର ୧୫ ଅକ୍ଟୋବର ମାନେ ଆଜି ଶନିବାର ଠାରୁ ଲାଗୁ ହେବାକୁ ଯାଉଛି। ଏହା ପୂର୍ବରୁ ଦର ୧୭ ଅଗଷ୍ଟରେ ୨ ଟଙ୍କା ପ୍ରତି ଲିଟର ବୃଦ୍ଧି ହୋଇଥିଲା। ଅମୁଲ,ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଏକ ବଡ଼ କମ୍ପାନି ଦୁଗ୍ଧର ଦର ବୃଦ୍ଧି କରିବା ଦ୍ୱାରା ସାଧାରଣ ଜନତାଙ୍କ ଉପରେ ଏହାର ପ୍ରଭାବ ପଡ଼ିବ।

ଗୁଜୁରାଟରେ ଦର ବୃଦ୍ଧି ହେବ ନାହିଁ:

କମ୍ପାନିର ଅଧିକାରୀମାନେ କହିଛନ୍ତି, ଫୁଲ କ୍ରିମ ମିଲ୍‌କ ଏବଂ ଗାଈ କ୍ଷୀରରେ ଲିଟର ପିଛା ୨ ଟଙ୍କା ଲେଖା ବୃଦ୍ଧି କରାଯାଇଛି। ଏହା ଗୁଜୁରାଟକୁ ଛାଡ଼ି ବାକି ସବୁ ରାଜ୍ୟରେ ଆଜିଠାରୁ ଲାଗୁ ହେଇଯିବ।

ଏହା ପୂର୍ବରୁ କେବେ ବଢ଼ିଥିଲା ଦୁଗ୍ଧ ଦର?

ଅମୁଲ ଏବଂ ମଦର ଡାଏରୀ ଦୁଗ୍ଧ ଉତ୍ପଦନ କମ୍ପାନି ଗତ ଅଗଷ୍ଟରେ ୨ ଟଙ୍କା ଲେଖାଏଁ ଲିଟର ପିଛା ବୃଦ୍ଧି କରିଥିଲେ। ମୂଲ୍ୟ ବୃଦ୍ଧିର କ୍ଷତି ପୂରଣ ପାଇଁ କ୍ଷୀରର ମୂଲ୍ୟ ବୃଦ୍ଧି କରାଯାଇଥିଲା। ପର୍ବ ପର୍ବାଣି ପୂର୍ବରୁ ଏମିତି ଦର ବୃଦ୍ଧି ସାଧାରଣ ଜନତାଙ୍କୁ ବଡ଼ ଝଟ୍‌କା ଲାଗିଛି।
କୁହାଯାଛି ଏହି ଦର ବୃଦ୍ଧି ଲୋକମାନଙ୍କ ବଜେଟକୁ ବହୁ ପରିମାଣରେ ପ୍ରଭାବିତ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.