ନିଜକୁ ବମ୍‌ରେ ଉଡ଼ାଇବାକୁ ଉଦ୍ୟମ କଲା ସ୍କୁଲ ଛାତ୍ର, ଖାସ୍‌ ଏମାନଙ୍କୁ ଘୃଣା କରୁଥିଲା ବୋଲି ନେଲା ଚରମ ନିଷ୍ପତ୍ତି…ଏବେ ଅବସ୍ଥା ସଙ୍ଗୀନ

ରୁଷର ରାଜଧାନୀ ଠାରୁ ୧୦୦ କିଲୋମିଟର ଦୂର ଦକ୍ଷିଣର ସର୍ପୂଖୋଭ ସହରରେ ଥିବା ଚତୁର୍ଦ୍ଦଶ ଶତାବ୍ଦୀର ଭ୍ଲାଦିଚନି ମହିଳା ମଠରେ ଜଣେ ୧୮ ବର୍ଷୀୟ ଛାତ୍ର ନିଜକୁ ବମ୍‌ରେ ଉଡ଼ାଇ ଦେବାକୁ ଉଦ୍ୟମ କରିଛନ୍ତି। ଛାତ୍ରଙ୍କ ପରିଚୟ ମିଳିଛି। ସେ ଏହି ମଠର ଅର୍ଥୋଡକ୍ସ ସ୍କୁଲରେ ଗ୍ରାଜୁଏଶନର ଛାତ୍ର ବୋଲି ଜଣାପଡିଛି। କୁହାଯାଉଛି ଯେ ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିରେ ଅନ୍ୟ ୧୦ ଜଣ ଛାତ୍ର ମଧ୍ୟ ଆହତ ହୋଇଛନ୍ତି। ମସ୍କୋ ଅଞ୍ଚଳର ଶିଶୁ ଅଧିକାର ଲୋକପାଳ କହିଛନ୍ତି ଯେ ଆକ୍ରମଣକାରୀ ଛାତ୍ରଙ୍କ ବ୍ୟତୀତ ୧୦ ଜଣ ନାବାଳକ ଆହତ ହୋଇଛନ୍ତି, ଯଦିଓ ସେମାନଙ୍କ ମଧ୍ୟରୁ କାହାଠାରେ ଗମ୍ଭୀର ଭାବେ ଆଘାତ ଲାଗି ନାହିଁ।

ସ୍କୁଲ ଭିତରକୁ ପଶି ପାରି ନ ଥିଲେ

ଆକ୍ରମଣ ସମ୍ପର୍କରେ ସୂଚନା ପାଇବା ମାତ୍ରେ ହିଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା ଏବଂ ସ୍କୁଲ ବିଲ୍ଡିଂରୁ ବାକି ପିଲାମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲା। ଆକ୍ରମଣ ଉଦ୍ଦେଶ୍ୟରେ ଆସିଥିବା ଛାତ୍ର ଜଣକ ସ୍କୁଲରେ ସୁବାଇ ପ୍ରାର୍ଥନା ସମୟରେ ଏହି ବୋମା ବିସ୍ଫୋରଣ କରିଥିଲେ। ଯଦିଓ ସେ ଭିତରକୁ ପ୍ରବେଶ କରି ପାରି ନ ଥିଲେ, ତଥାପି ସେ କବାଟ ପାଖରେ ହିଁ ବିସ୍ଫୋରଣ କରି ଦେଇଥିଲେ।

ନନ୍‌ ଓ ଶିକ୍ଷକମାନଙ୍କୁ ଘୃଣା କରୁଥିଲେ

ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ଆକ୍ରମଣକାରୀ ଛାତ୍ର ସ୍କୁଲର କେତେଜଣ ନନ୍‌ ଏବଂ ଶିକ୍ଷକଙ୍କୁ ଘୃଣା କରିବାକୁ ଲାଗିଥିଲେ। ଏହି କ୍ରୋଧରେ ସେ ଆକ୍ରମଣ କରିଥିଲେ। ଖବର ଅନୁଯାୟୀ, ଛାତ୍ରଙ୍କ ନାମ ଭ୍ଲାଦିସ୍ଲାଭ ଷ୍ଟ୍ରୁଝେଙ୍କୋଭ ବୋଲି ଜଣାପଡିଛି। ତେବେ ଅନ୍ୟ ଛାତ୍ରମାନେ ତାଙ୍କୁ ବନ୍ଧୁତ୍ୱପୂର୍ଣ୍ଣ ଏବଂ ଶାନ୍ତ ବୋଲି କହିଛନ୍ତି। ଯେଉଁ ସ୍କୁଲରେ ଏହି ଆକ୍ରମଣ ହୋଇଛି, ତାହା ପାଖାପାଖି ୧୦୦ ବର୍ଷ ପୁରୁଣା। ଏହା ରୁଷର ସବୁଠାରୁ ଭଲ ସ୍କୁଲ ମଧ୍ୟରୁ ଗୋଟିଏ। ସ୍ଥାନୀୟ ସମୟ ଅନୁସାରେ, ଘଟଣା ସକାଳ ପ୍ରାୟ ୮ଟାରେ ଘଟିଥିଲା। ଏହା ମଧ୍ୟ କୁହାଯାଉଛି ଯେ ତାଙ୍କର ଅନ୍ୟ ଛାତ୍ରମାନଙ୍କ ସହ ଝଗଡ଼ା ଲାଗିଥିଲା। ସେ ନିଜେ ମଧ୍ୟ ଚାହୁଁ ନ ଥିଲେ କି, ବୋମା ବିସ୍ଫୋରଣରେ କେହି ଅଧିକ ଆହତ ହୁଅନ୍ତୁ। ରୁଷର ଗୃହ ମନ୍ତ୍ରଣାଳୟ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରଣାଳୟ ପ୍ରାରମ୍ଭିକ ବୟାନରେ କହିଥିଲା ଯେ ଆକ୍ରମଣକାରୀ ଛାତ୍ର ଗମ୍ଭୀର ରୂପେ ଆହତ ହୋଇଛନ୍ତି। ତାଙ୍କର ଦୁଇଟି ଯାକ ଗୋଡ଼ ଖରାପ ହୋଇଯାଇଛି।

ରାଇଫଲ ଶୁଟିଂରେ ସଉକ ରଖୁଥିଲେ ଆକ୍ରମଣକାରୀ ଛାତ୍ର

ରିପୋର୍ଟ ମୁତାବକ, ଆକ୍ରମଣକାରୀ ଛାତ୍ର ରାଇଫଲ ଶୁଟିଂରେ ସଉକ ରଖୁଥିଲେ, ଯେଉଁ କାରଣରୁ ତାଙ୍କୁ ସ୍କୁଲର କିଛି ଛାତ୍ର ଏବଂ ଶିକ୍ଷକ ପସନ୍ଦ କରୁ ନ ଥିଲେ। ତାଙ୍କୁ ହଇରାଣ କରାଯିବାର କଥା ମଧ୍ୟ ସାମ୍ନାକୁ ଆସିଛି।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago