ପ୍ରେମିକା ସହ ସମ୍ବନ୍ଧ ରଖିବା ବେଳେ ସ୍ତ୍ରୀକୁ ଭିଡିଓ କଲ୍‌ କରୁଥିଲା ସ୍ୱାମୀ, ଶେଷରେ କ୍ରୋଧିତ ସ୍ତ୍ରୀ ଝିଅ ସହ ମିଶି ନେଇଗଲା ଜୀବନ…

ଗାଜିଆବାଦର ମଧୁବନ ବାପୁଧାମ୍ ଥାନା ଅଧୀନ ସଞ୍ଜୟ ନଗରରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ କ୍ରୋଧିତ ସ୍ତ୍ରୀ ନିଜ ନାବାଳିକା ଝିଅ ସହ ମିଶି ସ୍ୱାମୀକୁ ଅତି ନିର୍ମମ ଭାବେ ହତ୍ୟା କରିଛି। ଯଦିଓ ପୋଲିସ ଏହାର କିଛି ଘଣ୍ଟା ଭିତରେ ମାମଲାର ରହସ୍ୟ ଉନ୍ମୋଚନ କରି ଅଭିଯୁକ୍ତ ସ୍ତ୍ରୀକୁ ଗିରଫ କରିଛି। ଖବର ସୂତ୍ରରୁ ଜଣାପଡ଼ିଛି, ସ୍ୱାମୀଙ୍କ ଅବୈଧ ସମ୍ବନ୍ଧକୁ ସ୍ତ୍ରୀ ଆଦୌ ସହିପାରି ନ ଥିଲା, ଫଳରେ କ୍ରୋଧିତ ହୋଇ ସ୍ତ୍ରୀ ଏପରି ନାରକୀୟ କାଣ୍ଡ ଘଟାଇଥିଲା।

ପୋଲିସର ପଚରାଉଚରା ବେଳେ ଅଭିଯୁକ୍ତ ସ୍ତ୍ରୀ ସାଲୁ କହିଥିଲେ ଯେ ତାଙ୍କ ସ୍ୱାମୀ ଅମିତ ବର୍ମାଙ୍କର ଜଣେ ମହିଳାଙ୍କ ସହ ଅବୈଧ ସମ୍ବନ୍ଧ ଥିଲା, ଯାହାକୁ ନେଇ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗୁଥିଲା। ଅଭିଯୋଗ ମୁତାବକ, ଅମିତ ନିଜ ପ୍ରେମିକାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଥିବା ସମୟରେ ସ୍ତ୍ରୀକୁ ଭିଡିଓ କଲ କରୁଥିଲେ।

ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଜଣେ ଅଳଙ୍କାର ବ୍ୟବସାୟୀ ଥିଲେ। ସ୍ୱାମୀଙ୍କ ଅବୈଧ ସମ୍ବନ୍ଧ ବିଷୟରେ ଜାଣି ସ୍ତ୍ରୀ ତାଙ୍କୁ ହତ୍ୟା କରିଥିଲେ। ସ୍ୱାମୀଙ୍କ ମୁଣ୍ଡକୁ କୌଣସି ଭାରୀ ଜିନିଷରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ ସାଲୁ। ରବିବାର ସକାଳେ ଅମିତଙ୍କ ମୃତଦେହ ତାଙ୍କ କାରରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। କାର ଭିତରେ ଏବଂ ଘଟଣାସ୍ଥଳରେ ରକ୍ତ ଚିହ୍ନ ମିଳିଥିଲା। ଏହାପରେ ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ପୋଲିସ ମୁତାବକ, ଅମିତ ଶନିବାର ରାତିରେ ସହାରନପୁର ଯିବା କଥା କହି ଘରୁ ବାହାରିଥିଲେ। ମଧୁବନ ବାପୁଧାମ୍ ଥାନା ଅଞ୍ଚଳରେ ପୋଲିସ ବିଳମ୍ବିତ ରାତି ପାଖାପାଖି ୪ଟା ସମୟରେ ପାଟ୍ରୋଲିଂ କରୁଥିବା ବେଳେ ସେଠାରେ ଏକ କାର୍ ପାର୍କିଂ ହୋଇଥିବାର ଦେଖିବାକୁ ପାଇଥିଲା। ଯାଞ୍ଚ ବେଳେ କାର୍‌ ଭିତରେ ଜଣେ ଯୁବକ ମୃତ ଅବସ୍ଥାରେ ମିଳିଥିଲେ। ପରେ ସେ ଅମିତ୍‌ ବର୍ମା ବୋଲି ଚିହ୍ନଟ ହୋଇଥିଲେ। ପୋଲିସ କହିଛି କି, ମୁଣ୍ଡକୁ କୌଣସି ଭାରୀ ଜିନିଷରେ ଶକ୍ତ ପ୍ରହାର କରି ଅମିତ୍‌ଙ୍କୁ ହତ୍ୟା କରାଯାଇଛି। କାରରେ ରକ୍ତ ଚିହ୍ନ ମଧ୍ୟ ମିଳିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ପ୍ରାଥମିକ ତଦନ୍ତରେ ପୋଲିସ ଜାଣିବାକୁ ପାଇଥିଲା ଯେ ମୃତକଙ୍କର କୌଣସି ଅନ୍ୟ ମହିଳା ସହିତ ସମ୍ବନ୍ଧ ଥିଲା। ପୋଲିସ ଯେତେବେଳେ ମୃତକଙ୍କ ସ୍ତ୍ରୀଙ୍କୁ ପଚରାଉଚରା କରିଥିଲା, ତ ସେ ହଡ଼ବଡେଇ ଯାଇଥିଲେ। କଡ଼ା ଭାବେ ପଚରାଉଚରା ବେଳେ ସେ ନିଜ ଅପରାଧ ସ୍ୱୀକାର କରିଥିଲେ। ସ୍ୱାମୀଙ୍କର ଅବୈଧ ସମ୍ପର୍କ ଥିବାରୁ ସେ ତାଙ୍କୁ ହତ୍ୟା କରିଥିବା କଥା କହିଥିଲେ। କୁହାଯାଉଛି କି, ମହିଳା ନିଜ ଘରେ ହିଁ ସ୍ୱାମୀଙ୍କୁ ହତ୍ୟା କରିବା ପରେ ମୃତଦେହକୁ କାରରେ ରଖି ପଳାଇଥିଲେ। ଏହାପରେ ହତ୍ୟାକାଣ୍ଡର ଚିହ୍ନ ଲୁଚାଇବା ପାଇଁ ସ୍ତ୍ରୀ ଓ ଝିଅ ସେହି ରାତିରେ ହିଁ ରକ୍ତ ରଞ୍ଜିତ ଅସ୍ତ୍ରକୁ ଧୋଇ ଛାତ ଉପରେ ଶୁଖାଇ ଦେଇଥିଲେ ଏବଂ ଘରର ସିଡିକୁ ଧୋଇ ଦେଇଥିଲେ।

Leave A Reply

Your email address will not be published.