ଇରାନ୍‌ ଓ ଜାପାନରେ ଭୟଙ୍କର ଭୂମିକମ୍ପ: ୨୦ ଲକ୍ଷ ଘରର କଟିଲା ଲାଇନ୍‌, ସୁନାମୀ ଆଲର୍ଟ

ଆଜି ସକାଳୁ ସକାଳୁ ଦକ୍ଷିଣ ଇରାନ୍‌ର କେତେକ ଅଞ୍ଚଳ ଦୋହଲିଯାଇଛି। ଭୂମିକମ୍ପର ଝଟ୍‌କା ଏତେ ଭୟଙ୍କର ଥିଲା ଯେ ପୂରା ଅଞ୍ଚଳ ହଲିଯାଇଥିଲା। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬ ରହିଛି। ଭୂମିକମ୍ପର କେନ୍ଦ୍ର ଭୂପୃଷ୍ଠ ଠାରୁ ୧୦ କିଲୋମିଟର ଭିତରକୁ ଥିଲା। କିନ୍ତୁ ଏହି ଭୂମିକମ୍ପରେ କାହାର କିଛି କ୍ଷତି ହୋଇଥିବା ଖବର ଏବେ ଯାଏଁ ସାମ୍ନାକୁ ଆସିନାହିଁ।

ଏହା ପୂର୍ବରୁ ବୁଧବାର ଜାପାନରେ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ଥିଲା ୭.୧ ରିକ୍ଟର ସ୍କେଲ। ରିପୋର୍ଟ ମୁତାବକ, ଜାପାନରେ ଏହି ଭୂକମ୍ପ ବୁଧବାର ରାତି ପ୍ରାୟ ୮.୦୬ରେ ଆସିଥିଲା। ଏହା ଟୋକିଓ ଠାରୁ ୨୯୭ କିମି ଦୂରରେ ଅନୁଭୂତ ହୋଇଥିଲା। ଜାପାନର ଏହି ଭୂମିକମ୍ପ ଯୋଗୁ ଦେଶର ପାଖାପାଖି ୨୦ ଲକ୍ଷ ଘରର ଲାଇନ୍‌ କଟିଯାଇଥିଲା।ଭୂମିକମ୍ପର ଝଟ୍‌କା ଏତେ ଅଧିକ ଥିଲା ଯେ ଏହା ପରେ ଦେଶରେ ସୁନାମୀ ଆଲର୍ଟ ଜାରି କରାଯାଇଥିଲା। ଜାପାନ ଭୂମିକମ୍ପରେ ରାତିରେ ୨ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଏଥିସହ ଅନେକ ଲୋକ ଆହତ ବି ହୋଇଛନ୍ତି। ଏହି ଭୂମିକମ୍ପର ଭୟାବହତା ଏତେ ଥିଲା ଯେ ଜାପାନର ଶିରୋଇଶୀରେ ଏକ ବୁଲେଟ୍‌ ଟ୍ରେନ୍‌ ଧାରଣରୁ ଖସିପଡ଼ିଛି।

ଏଥିସହ ଭାରତରେ ବି ବୁଧବାର ରାତିରେ ହାଲ୍‌କା ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର ଏହି ଝଟ୍‌କା ରାତି ପାଖାପାଖି ୯.୪୦ରେ ଜମ୍ମୁ-କଶ୍ମୀର ଶ୍ରୀ ନଗରରୁ ୧୧୯ କିମି ଉତ୍ତରରୁ ଆସିଥିଲା। ଏହାର ତୀବ୍ରତା ଥିଲା ୪.୨ ରିକ୍ଟର ସ୍କେଲ। ତେବେ ଏଥିରେ କାହାର କିଛି କ୍ଷୟ କ୍ଷତି ହୋଇଥିବା ଜଣାପଡ଼ିନାହିଁ।

Also Read: ଜାଣନ୍ତୁ, ଆଜିର ପେଟ୍ରୋଲ ଓ ଡିଜେଲ ଦାମ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.