ସାବଧାନ! ମୋବାଇଲ ନମ୍ବର ହ୍ୟାକ୍ କରୁଛି ଇସ୍ରାଏଲର ଏକ ସଂସ୍ଥା, ବାଦ ପଡିଲେନି ମୋଦି ସରକାରଙ୍କ ଦୁଇ ମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ଇସ୍ରାଏଲର ଏକ ସଂସ୍ଥା ୩୦୦ରୁ ଅଧିକ ଭାରତୀୟଙ୍କ ଫୋନ ନମ୍ବର ହ୍ୟାକ କରିଛି । ଏଥିରେ ଅଛନ୍ତି ମୋଦୀ ସରକାରରେ ଥିବା ଦୁଇ ଜଣ ମନ୍ତ୍ରୀ, ସୁପ୍ରିମକୋର୍ଟର ଜଣେ ବିଚାରପତି, ବିରୋଧୀ ଦଳର ତିନି ଜଣ ନେତା ଏବଂ ସାମ୍ବାଦିକ । ଦ ଓ୍ଵାୟାର ପକ୍ଷରୁ ଏଭଳି ରିପୋର୍ଟ ପ୍ରକାଶ ପାଇଛି । ଭାରତର କେଉଁ ଏଜେନ୍ସି ପକ୍ଷରୁ ଇସ୍ରାଏଲୀର ସଂସ୍ଥା ଏଭଳି ଫୋନ୍‌ ହ୍ୟାକ୍‌ କରିଛି, ତାହା ଜଣାପଡ଼ିନାହିଁ । ଇସ୍ରାଏଲୀ ସଂସ୍ଥା ସ୍ପାଏେଓ୍ଵର ପେଗାସସ୍‌ ପକ୍ଷରୁ ଏଭଳି ଗୁଇନ୍ଦାଗିରି କରାଯାଇଛି ।

ଏହି ସ୍ପାଏ ୱେୟାର କେବଳ ସରକାର ବ୍ୟବହାର କରିପାରିବାର ବ୍ୟବସ୍ଥା ଥିବାବେଳେ ଶତାଧିକ ଫୋନ ନମ୍ବର କିପରି ହ୍ୟାକ୍‌ ହେଲା, ତାକୁ ନେଇ ପ୍ରଶ୍ନ ଉଠିଛି । ୩୦୦ରୁ ଅଧିକ ଭାରତୀୟଙ୍କ ଫୋନ ସଂକ୍ରାନ୍ତ ତଥ୍ୟ ଲହାର ଡାଟାବେସ୍‌ ରହିଛି । ଯେଉଁମାନଙ୍କ ଫୋନ ନମ୍ବର ଅନ୍ୟ ତଥ୍ୟ ରହିଛି ସେମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ କେନ୍ଦ୍ରମନ୍ତ୍ରୀ । ପେଗାସସ୍‌ ମାଧ୍ୟମରେ ଭାରତର କୌଣସି ସରକାରୀ ସଂସ୍ଥା ଏଭଳି ଗୁଇନ୍ଦାଗିରି କରିଥାଏପାରେ ବୋଲି ସନ୍ଦେହ କରାଯାଉଛି । ତେବେ କେନ୍ଦ୍ର ସରକାର ଏହି ଅଭିଯୋଗକୁ ଅସ୍ୱିକାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.