ସାତ ଜନମର ସାଥି ହେଲେ ଅନନ୍ତ ରାଧିକା, ପରସ୍ପରକୁ ଖାସ୍ ଅନ୍ଦାଜରେ ଦେଲେ ପ୍ରତିଜ୍ଞା : ଆସନ୍ତାକାଲି ହେବ ରିସେପସନ୍

ଅନନ୍ତ ଅମ୍ବାନୀ-ରାଧିକ ମାର୍ଚ୍ଚାଣ୍ଟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଅନନ୍ତ ଏବଂ ରାଧିକା ୭ ଫେରା ନେବା ସହିତ ପରସ୍ପର ୭ ଜନମର ସାଥି ହୋଇ ରହିବେ ବୋଲି ଶପଥ ନେଇଛନ୍ତି । ଦୁହେଁ ଲିଖିତ ପ୍ରତିଜ୍ଞା ଆଦାନ ପ୍ରଦାନ କରିଥିବାର ଦେଖାଯାଇଛନ୍ତି । ଗତ ୩ ମାସ ତଳୁ ପ୍ରିୱେଡିଂ ସେରିମନି ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଓ ରାଧିକ ମର୍ଚ୍ଚାଣ୍ଟ । ଜିଓ ୱାର୍ଲଡ କନଭେନସନ ସେଣ୍ଟର ମୁମ୍ବାଇରେ ଉଭୟଙ୍କ ହାତଗଣ୍ଠି ପଡ଼ିଛି ।
ନିଜ ବିବାହ ଉତ୍ସବରେ ଅନନ୍ତ ଅମ୍ବାନୀ ଗୋଲଡେନ କଲରର ଶେରୱାନୀ ପିନ୍ଧିଥିବା ବେଳେ ରାଧିକା ଲାଲ ଓ କ୍ରିମ୍ ରଙ୍ଗର ଗୁଜରାଟୀ ଲେହେଙ୍ଗା ପିନ୍ଧିଥିଲେ ।
ଦଶନ୍ଧିର ସବୁଠୁ ମହଙ୍ଗା ବାହାଘରରେ ବହୁ ସେଲିବ୍ରିଟି ଏବଂ ହାଇ ପ୍ରୋଫାଇଲ ଯୋଗ ଦେଇଛନ୍ତି । ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଉତ୍ସବ ପାଇଁ ପ୍ରାୟ ୩ରୁ ୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଚର୍ଚ୍ଚା ହେଉଛି । ବାହାଘର ସରିଛି, ହେଲେ ୩ ଦିନ ପର୍ଯ୍ୟନ୍ତ ଚାଲୁ ରହିବ ବିବାହ ଉତ୍ସବ । ଜୁଲାଇ ୧୨ରେ ବାହାଘର, ୧୩ରେ ମଙ୍ଗଳ ଉତ୍ସବ ଏବଂ ୧୪ରେ ରିସେପସନ । ଏହି ବିବାହ ଉତ୍ସବରେ ଯୋଗ ଦେବାକୁ ବିଶ୍ବର କୋଣ ଅନୁକୋଣରୁ ଆସିଛନ୍ତି ଅତିଥି । ବିଜନେସ ଟାଇକୁନ, ରାଜନେତା ଏବଂ ସେଲିବ୍ରିଟି । ଅତିଥିଙ୍କ ମଧ୍ୟରେ ଅଛନ୍ତି ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ । ପୂରା ବଲିଉଡ୍ ଆଣ୍ଟିଲିଆରେ ଏକାଠି ହୋଇଛି। ଏବେ ୩ ଦିନ ଧରି ଚାଲିବ ଉତ୍ସବ । ଆହୁରି ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।
ବାହାଘରରେ ୨ ହଜାରରୁ ଅଧିକ ସେଲିବ୍ରିଟି ସାମିଲ ହୋଇଛନ୍ତି । ସମସ୍ତେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି ।ଏହି ଅବସରରେ ଅମ୍ବାନୀ ପରିବାରଙ୍କ ସମେତ କ୍ରୀଡ଼ା, ବଲିଉଡ଼ ଓ ବିଜନେସ୍ ଦୁନିଆରୁ ଅନେକ ବଡ଼ ବଡ଼ ସେଲିବ୍ରିଟି ନବଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେବା ପାଇଁ ସାମିଲ ହୋଇଥିଲେ ।