ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କର ସରିଲା ନିର୍ବନ୍ଧ; ବହୁତ ଜଲ୍‌ଦି ପଡ଼ିବ ହାତଗଣ୍ଠି

ଅମ୍ବାନୀ ପରିବାରରେ ଉତ୍ସବର ମାହୋଲ। ଏ ଭିତରେ ଏକ ଖୁସି ଖବର ସାମ୍ନାକୁ ଆସିଛି। ବିଜନେସ୍‌ ଟାଇକୁନ୍‌ ମୁକେଶ ଓ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କର ନିର୍ବନ୍ଧ ଶେଷ ହୋଇଛି। ବହୁତ ଜଲ୍‌ଦି ତାଙ୍କର ବିବାହ ଅନୁଷ୍ଠିତ ହେବାକୁ ଯାଉଛି। ଅନନ୍ତ ଓ ତାଙ୍କ ଭାବୀ ପତ୍ନୀ ରାଧିକା ମର୍ଚାଣ୍ଟଙ୍କର ନିର୍ବନ୍ଧ ଉତ୍ସବର ଫଟୋ ସାମ୍ନାକୁ ଆସିଛି। ସେମାନଙ୍କ ରୋକା ସେରିମନି ରାଜସ୍ଥାନର ଶ୍ରୀନାଥଜୀ ମନ୍ଦିରରେ ସମ୍ପନ୍ନ ହୋଇଛି।

ତେବେ ଅନନ୍ତ ଓ ରାଧିକାଙ୍କ ବିବାହ କେବେ ହେବ, ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ସାମ୍ନାକୁ ଆସିନାହିଁ। ଦୁହେଁ ପରସ୍ପରକୁ ଅନେକ ବର୍ଷ ହେବ ଜାଣିଛନ୍ତି। ରାଧିକାଙ୍କୁ ଅମ୍ବାନୀ ପରିବାରର ପ୍ରତ୍ୟେକ ପାରିବାରିକ ଉତ୍ସବରେ ଦେଖାଯାଇଥାଏ। ଏବେ ବହୁତ ଜଲ୍‌ଦି ରାଧିକା ଅମ୍ବାନୀ ପରିବାରର ସାନ ବୋହୂ ହେବାକୁ ଯାଉଛନ୍ତି।

ରାଧିକା, ଭିରେନ ମର୍ଚାଣ୍ଟ ଓ ଶୈଲା ମର୍ଚାଣ୍ଟଙ୍କର ଝିଅ। ଭିରେନ୍‌ ଏନକୋର୍‌ ହେଲ୍‌ଥକେୟାରର ସିଇଓ। ସେ ଭାରତର ଧନୀ ଶ୍ରେଣୀରେ ଗଣାଯାଇ ଥାଆନ୍ତି। ରାଧିକା ନିଜର ସ୍କୁଲ ପାଠପଢ଼ା ମୁମ୍ବାଇରେ ଶେଷ କରିବା ପରେ ହାୟର୍‌ ଷ୍ଟଡି ପାଇଁ ନ୍ୟୁୟର୍କ ଯାଇଥିଲେ। ସେଠାରେ ସେ ରାଜନୀତି ବିଜ୍ଞାନ ଏବଂ ଅର୍ଥନୀତିରେ ଅଧ୍ୟୟନ କରିଥିଲେ। ସ୍ନାତକ ପୂରା କରିବା ପରେ ୨୦୧୭ରେ ଇସ୍‌ପ୍ରାଭା ଟିମ୍‌ରେ ଜଣେ ସେଲ୍ସ ଏକ୍ସିକ୍ୟୁଟିଭ ରୂପେ ଜଏନ୍‌ କରିଥିଲେ। ରାଧିକାଙ୍କୁ ରିଡିଙ୍ଗ୍‌, ଟ୍ରାକିଙ୍ଗ୍‌ ଏବଂ ସ୍ୱିମିଙ୍ଗ୍‌ କରିବା ପସନ୍ଦ। ଏଥି ସହିତ ସେ ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଭାବେ ଜଣାଶୁଣା।

Leave A Reply

Your email address will not be published.