ବାହୁବଳୀ ନେତା ଅନନ୍ତ ସିଂଙ୍କୁ ବଡ଼ ଆଶ୍ୱସ୍ତି, AK-47 ମାମଲାରେ ପାଟନା ହାଇକୋର୍ଟରୁ ଦୋଷମୁକ୍ତ

ବାହୁବଳୀ ନେତା ତଥା ବିହାର ମୋକାମାର ପୂର୍ବତନ ବିଧାୟକ ଅନନ୍ତ ସିଂଙ୍କୁ ପାଟନା ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ହାଇକୋର୍ଟ ଏକେ-୪୭ ମାମଲାରେ ତାଙ୍କୁ ଦୋଷମୁକ୍ତ କରିଛନ୍ତି । ପ୍ରମାଣ ଅଭାବରୁ ତାଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରାଯାଇଛି । ଏହି ମାମଲାରେ ସିଭିଲ୍‌ କୋର୍ଟ ତାଙ୍କୁ ଦଣ୍ଡ ଶୁଣାଇଥିଲେ ।

ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ସହିତ ଅନନ୍ତ ସିଂ ଜେଲ୍‌ରୁ ବାହାରିବାର ରାସ୍ତା ସଫା ହୋଇଛି । କିଛି ବର୍ଷ ତଳେ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ ଅଧୀନ ଏକ ମାମଲାରେ ତାଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ପାଟନା କୋର୍ଟ ତାଙ୍କୁ ଏହି ଦଣ୍ଡ ଶୁଣାଇଥିଲେ ।

ଏହାପୂର୍ବରୁ ମେ’ ମାସରେ ତାଙ୍କୁ ପାରୋଲ ଦିଆଯାଇଥିଲା । ୧୫ ଦିନର ପାରୋଲରେ ସେ ବାହାରକୁ ଆସିଥିଲେ । କହି ରଖୁଛୁ ଯେ ଅନନ୍ତ ସିଂ କ୍ରମାଗତ ଚତୁର୍ଥ ଥର ମୋକାମାରୁ ବିଧାୟକ ହୋଇଥିଲେ । କିନ୍ତୁ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଅଯୋଗ୍ୟ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.