ଦେଶ ବିଦେଶ

ଆନ୍ଧ୍ର ପୋଲିସର ଐତିହାସିକ ଆୟୋଜନ; ରେଡ୍‌ କାର୍ପେଟ୍‌ ବିଛାଇ ପୋଡ଼ିଲା ୨ ଲକ୍ଷ କିଲୋ ଗଞ୍ଜେଇ! ଭାଇରାଲ ହେଉଛି ଭିଡିଓ

ଆନ୍ଧ୍ର ପ୍ରଦେଶ ପୋଲିସ ଶନିବାର ଏକ ଐତିହାସିକ ଆୟୋଜନ କରିଥିଲା, ଯେଉଁଥିରେ ପାଖାପାଖି ୨ ଲକ୍ଷ କିଲୋଗ୍ରାମ ଗଞ୍ଜେଇକୁ ନଷ୍ଟ କରି ଦିଆଯାଇଛି। ନଷ୍ଟ କରାଯାଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୨୦୦ କୋଟିରୁ ଅଧିକ ହେବ ବୋଲି କୁହାଯାଉଛି। ପୋଲିସ କହିଛି ଯେ ଗତ କିଛି ବର୍ଷ ମଧ୍ୟରେ ଆନ୍ଧ୍ର ପ୍ରଦେଶ ପୋଲିସ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରୁ ଜବତ ନିଶାଦ୍ରବ୍ୟକୁ ଏକାଠି କରିଥିଲା, ଯାହାକୁ ଏହି ଆୟୋଜନରେ ନଷ୍ଟ କରି ଦିଆଯାଇଛି।

ସେପଟେ ପୋଲିସ ନିଜର ଅଫିସିଆଲ ଆକାଉଣ୍ଟରେ ଗଞ୍ଜେଇ ଜାଳିବାର ସେହି ଐତିହାସିକ ଆୟୋଜନର ଏକ ଭିଡିଓ ମଧ୍ୟ ଟ୍ୱିଟ କରିଛି। ଭିଡିଓରେ ଦେଖାଯାଇ ପାରିବ ଯେ ୨୦୦ କୋଟିରୁ ଅଧିକ ମୂଲ୍ୟର ଗଞ୍ଜେଇରେ ନିଆଁ ଲଗାଯାଉଛି। ଏହି ଆୟୋଜନକୁ ସ୍ମରଣୀୟ କରିବା ପାଇଁ ଆନ୍ଧ୍ର ପୋଲିସ ଗଞ୍ଜେଇ ଗଦା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ରେଡ୍‌ କାର୍ପେଟ ବିଛାଇଥିବା ଦେଖିବାକୁ ମିଳୁଛି। ସେଠାରେ ଅନେକ ପୋଲିସ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଅଛନ୍ତି। ଏକ ଲମ୍ବା ବାଉଁଶ ସାହାଯ୍ୟରେ ଗଞ୍ଜେଇ ଗଦାରେ ନିଆଁ ଲଗାଯାଉଛି।

ଚୋରା ଚାଲାଣ ବନ୍ଦ କରିବା ପାଇଁ ଅପରେସନ ‘ପରିବର୍ତ୍ତନ’

ଜଣେ ଅଧିକାରୀ କହିଛନ୍ତି କି, ଆମେ ଦୀର୍ଘ ବର୍ଷ ଧରି ନିଶାଦ୍ରବ୍ୟର ଚୋରା ଚାଲାଣକୁ ରୋକିବା ପାଇଁ ଅଭିଯାନ ଚଳାଇଛୁ। ରାଜ୍ୟରେ ପ୍ରତିବନ୍ଧିତ ମାଓବାଦୀମାନେ ଗଞ୍ଜେଇ ଚାଷକୁ ପ୍ରୋତ୍ସାହିତ କରୁଛନ୍ତି। ଏହି ଚାଷ ଓଡ଼ିଶାର ୨୩ଟି ଜିଲ୍ଲା ଏବଂ ବିଶାଖାପାଟନମର ୧୧ଟି ମଣ୍ଡଳରେ କରାଯାଉଛି।

ଏ ପର୍ଯ୍ୟନ୍ତ ୧,୫୦୦ ଲୋକଙ୍କୁ ଗିରଫ କରାଯାଇଛି

ପୋଲିସ କହିଛି ଯେ ଏହି ଅଭିଯାନର ନାମ ଅପରେସନ ‘ପରିବର୍ତ୍ତନ’ ରଖାଯାଇଛି। ଏହା ଅଧୀନରେ ୪୦୬ଟି ସ୍ୱତନ୍ତ୍ର ପୋଲିସ ଟିମ୍ ୧୧ ମଣ୍ଡଳର ୩୧୩ଟି ଗାଁରେ ଗଞ୍ଜେଇ କ୍ଷେତକୁ ନଷ୍ଟ କରି ଦେଇଛି। ସେହିପରି ବେଆଇନ ଭାବରେ ଗଞ୍ଜେଇ ଚାଷ କରିବା ଅପରାଧରେ ଏ ପର୍ଯ୍ୟନ୍ତ ୧,୫୦୦ ଲୋକଙ୍କୁ ଗିରଫ କରାଯାଇଛି। ଏଥିସହ ପୋଲିସ ଗଞ୍ଜେଇ ଚୋରା କାରବାରରେ ସମ୍ପୃକ୍ତ ୩୧୪ଟି ଗାଡି ମଧ୍ୟ ଜବତ କରିଛି।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

5 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago