ରୋଚକ ମୋଡରେ ଆନ୍ଧ୍ର ରାଜନୀତି : ଏନଡିଏରେ କିଏ ହେବ ସାମିଲ? ଚନ୍ଦ୍ରବାବୁଙ୍କ ଟିଡିପି ନା ଜଗନଙ୍କ ୱାଇଏସଆରସିପି

ରୋଚକ ମୋଡରେ ଆନ୍ଧ୍ର ରାଜନୀତି। ଏନଡିଏରେ କିଏ ହେବ ସାମିଲ? କେନ୍ଦ୍ର ସରକାରର ଅଂଶୀଦାର ଦଳ ହେବାକୁ ଆରମ୍ଭ ହୋଇଛି ଆନ୍ଧ୍ରପ୍ରଦେଶ ରାଜନୀତିରେ ଦୌଡ଼।

ଆନ୍ଧ୍ରପ୍ରଦେଶ: ରୋଚକ ମୋଡରେ ଆନ୍ଧ୍ର ରାଜନୀତି। ଏନଡିଏରେ କିଏ ହେବ ସାମିଲ? ଚନ୍ଦ୍ରବାବୁଙ୍କ ଟିଡିପି ନା ଜଗନଙ୍କ ୱାଇଏସଆରସିପି? କେନ୍ଦ୍ର ସରକାରର ଅଂଶୀଦାର ଦଳ ହେବାକୁ ଆରମ୍ଭ ହୋଇଛି ଆନ୍ଧ୍ରପ୍ରଦେଶ ରାଜନୀତିରେ ଦୌଡ଼। ଚନ୍ଦ୍ରବାବୁଙ୍କ ପରେ ନୂଆଦିଲ୍ଲୀ ଗସ୍ତରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆରସିପି ମୁଖ୍ୟ ୱାଇ ଏସ ଜଗନ ମୋହନ ରେଡ୍ଡୀ ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୱାନ ଟୁ ୱାନ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି । ସରକାରୀ ଗସ୍ତରେ ଯାଇ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ପାଣ୍ଠି ଅନୁଦାନ, ରାଜ୍ୟ ବିଭାଜନ ବେଳେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ଆଦି ସଂପର୍କରେ ଆଲୋଚନା କରିବେ । ଆନ୍ଧ୍ରରେ ଏନଡିଏ ମେଣ୍ଟରେ ସାମିଲ ନେଇ ମଧ୍ୟ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି । ବୁଧବାର ନୂଆଦିଲ୍ଲୀ ଗସ୍ତ କରିଥିଲେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ।

ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଆଲୋଚନା କରିଥିଲେ । ବୈଠକ ପରେ ଆଗାମୀ ଲୋକସଭା ନିର୍ବାଚନରେ ଏନଡିଏ ମେଣ୍ଟରେ ଟିଡିପି ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଆନ୍ଧ୍ରପ୍ରଦେଶ ବିଭାଜନ ପରେ ଆନ୍ଧ୍ରରେ ୨୫ଟି ଲୋକସଭା ଆସନ ରହିଛି । ଏଥିରେ ବିଜେପି ୬ରୁ ୮ଟି ଆସନରେ ନିର୍ବାଚନ ଲଢି ଅବଶିଷ୍ଟ ଆସନ ଟିଡିପି ଓ ପବନ କଲ୍ୟାଣଙ୍କ ଜନସେନା ପାର୍ଟିକୁ ଛାଡ଼ିପାରେ ବୋଲି ଅନୁମାନ କରାଯାଉଛି । ୨୦୧୮ରେ ଏନଡିଏ ମେଣ୍ଟରୁ ଓହରିଥିଲା ଟିଡିପି ।