ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଦାନ କଲେ ୧ କୋଟି ଟଙ୍କା

ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ବୁଧବାର ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କୁ ଭେଟିଛନ୍ତି । ସେ ତେଲଙ୍ଗାନାର ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧ କୋଟି ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି । ଡେପୁଟି ସିଏମ୍‌ କଲ୍ୟାଣ ହାଇଦ୍ରାବାଦର ଜୁବଲି ହିଲ୍ସରେ ରେଭନ୍ତ ରେଡ୍ଡୀଙ୍କ ବାସଭବନରେ ଭେଟି ତାଙ୍କୁ ଚେକ୍‌ ହସ୍ତାନ୍ତର କରିଛନ୍ତି ।

ପୂର୍ବରୁ ପବନ କଲ୍ୟାଣ ବନ୍ୟା ପରିସ୍ଥିତର ମୁକାବିଲା ପାଇଁ ରାଜ୍ୟକୁ ଦାନ ଦେବାକୁ ଘୋଷଣା କରିଥିଲେ । ସେ ବନ୍ୟା ପ୍ରଭାବିତ ୪୦୦ ଗ୍ରାମପଞ୍ଚାୟତକୁ ଦାନ ଦେବାକୁ ଘୋଷଣା କରିଥିଲେ ।

ସେ କହିଥିଲେ ଯେ ବନ୍ୟା ଯୋଗୁ ୩୮୬ ପଞ୍ଚାୟତ ପ୍ରଭାବିତ ହୋଇଛି । ମୁଁ ନିଜ ବ୍ୟକ୍ତିଗତ ସଞ୍ଚୟରୁ ୪୦୦ ପଞ୍ଚାୟତକୁ ୧ ଲକ୍ଷ ଟଙ୍କା ଦାନ କରୁଛି । ବନ୍ୟା ମୁକାବିଲା ପାଇଁ ମୁଁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ୧ କୋଟି ଟଙ୍କା ଦାନ ଦେବାକୁ ମଧ୍ୟ ଘୋଷଣା କରୁଛି । ମୁଁ ଏହାକୁ ସିଧା ସିଏମ୍‌ ରେଭନ୍ତ ରେଡ୍ଡୀଙ୍କୁ ପ୍ରଦାନ କରିବି’ ।

ସେ ଆନ୍ଧ୍ର ପ୍ରଦେଶ ଏବଂ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି (ସିଏମ୍‌ଆର୍‌ଏଫ୍‌) କୁ ୧ କୋଟି ଟଙ୍କା ଲେଖାଏ ଦାନ କରିବାକୁ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like