ଦେଶ ବିଦେଶ

ଆନ୍ଧ୍ରରେ ୧୩ଟି ନୂଆ ଜିଲ୍ଲା ଗଠନ କଲେ ଜଗନ ମୋହନ ସରକାର, କହିଲେ-ଏବେ ଦୂର ହେବ ଲୋକଙ୍କ ସମସ୍ୟା

ଆନ୍ଧ୍ର ପ୍ରଦେଶ : ଆନ୍ଧ୍ର ପ୍ରଦେଶରେ ତିଆରି ହେଲା ୧୩ଟି ନୂଆ ଜିଲ୍ଲା। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ୍‌ ଜଗନମୋହନ ରେଡ୍ଡୀ ସୋମବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟର ୧୩ ନୂଆ ଜିଲ୍ଲାର ଔପଚାରିକ ଉଦ୍‌ଘାଟନ୍‌ କରିଛନ୍ତି। ଫଳରେ ଏବେ ରାଜ୍ୟର ମୋଟ୍‌ ଜିଲ୍ଲା ସଂଖ୍ୟା ୨୬ ହୋଇଯାଇଛି। ନୂଆ ଜିଲ୍ଲା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ରେଡ୍ଡି ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି। ଏଥିସହ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସମସ୍ତ ସୁବିଧା ଯେମିତି ଲୋକଙ୍କ ପାଖରେ ପହଞ୍ଚିପାରିବ, ତାହା ସୁନିଶ୍ଚିତ କରିବାକୁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜଗନମୋହନ ରେଡ୍ଡୀ କହିଛନ୍ତି, ଲୋକମାନେ ସରକାରଙ୍କ ବିକେନ୍ଦ୍ରୀକୃତ ପ୍ରଶାସନର ଢଙ୍ଗକୁ ସ୍ୱୀକାର କରିଛନ୍ତି ଓ ତାହାକୁ ପ୍ରଶଂସା କରିଛନ୍ତି। କାରଣ ସମସ୍ତ ସରକାରୀ ଯୋଜନାକୁ ସିଧାସଳଖ ଲୋକଙ୍କ ଦୁଆର ମୁହଁରେ ପହଞ୍ଚାଯାଉଛି। ଏବେ ଏହା ସବୁ ଜିଲ୍ଲାରେ ବି ଲାଗୁ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ଗାଁ ଓ ଓ୍ଵାର୍ଡର ଉନ୍ନତିକରଣ କରିଛୁ। ଏହା ମାଧ୍ୟମରେ ବିକାଶ ହେଉଥିବାର ବି ଦେଖିଛୁ। ଏବେ ଆମେ ଜିଲ୍ଲା ସ୍ତରରେ କାମ କରିବା ଆରମ୍ଭ କରିବୁ ବୋଲିି କହିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ଠାରୁ ଆନ୍ଧ୍ର ପ୍ରଦେଶ ୨୬ଟି ଜିଲ୍ଲା ଥିବା ରାଜ୍ୟ। ଆମ ନିକଟରେ ପ୍ରତି ଜିଲ୍ଲାରେ ସର୍ବନିମ୍ନ ସଂସଦୀୟ କ୍ଷେତ୍ର ରହିଛି। ସରକାରଙ୍କ ସୁବିଧା ପାଇଁ ନୂଆ ଜିଲ୍ଲା ଗଠନ କରାଯାଇଛି। ରାଜ୍ୟର ଜନସଂଖ୍ୟା ଏବେ ୫ କୋଟିରୁ ଊର୍ଦ୍ଧ୍ୱ ରହିଛି। ଏଣୁ ରାଜ୍ୟକୁ ସଠିକ୍‌ ଭାବେ ପରିଚାଳନା କରିବା ପାଇଁ ନୂଆ ଜିଲ୍ଲା ଗଠନ କରିବା ଜରୁରୀ ଥିଲା। ଏହା ଦ୍ୱାରା ଲୋକଙ୍କ ସମସ୍ୟା ଶୀଘ୍ର ଦୂର କରି ହେବ। ଗୋଟିଏ ଆଦିବାସୀ ଜିଲ୍ଲାକୁ ଛାଡ଼ି ଏବେ ପ୍ରତ୍ୟେକ ଜିଲ୍ଲାରେ ୬ରୁ ୮ଟି ବିଧାନସଭା କ୍ଷେତ୍ର ରହିବ ବୋଲି କହିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ୍‌ ଜଗନମୋହନ ରେଡ୍ଡୀ।

Also Read: କୁକୁର ପାଇଁ ୪୧ ଦିନିଆ ବ୍ରହ୍ମଚର୍ଯ୍ୟ ବ୍ରତ ରଖିଛନ୍ତି ରାମଚରଣ, ଏୟାରପୋର୍ଟରେ ଖାଲି ପାଦରେ ଆସିଲେ ନଜର

WCW 11

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

18 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

37 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

45 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago