ପ୍ରତିଶ୍ରୁତି ରଖିଲେ ଏନ ଚନ୍ଦ୍ରବାବୁ ନାଇଡୁ: ନୂଆ ମଦ ନୀତି, ଲଟେରୀ ଜରିଆରେ ମିଳିବ ଲାଇସେନ୍ସ

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଦେଇଛନ୍ତି । ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟରଙ୍କୁ କମ୍‌ ଦାମରେ ଭଲ କ୍ୱାଲିଟିର ମଦ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଯାହାକୁ ଏବେ ପୂରଣ କରିଛନ୍ତି । ଏନ ଚନ୍ଦ୍ରବାବୁ ନାଇଡୁଙ୍କ ସରକାର ନୂଆ ମଦ ନୀତି ଆରମ୍ଭ କରିବାକୁ ଯାଉଛନ୍ତି । ଏହି ନିୟମ ଅନୁସାରେ ଯେକୌଣସି ବ୍ରାଣ୍ଡର ୧୮୦ ଏମଏଲ ମଦର ଦାମ୍ ୯୯ ଟଙ୍କା ରହିଛି ।

ଖବର ମୁତାବକ, ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ କାମ ଆରମ୍ଭ କରିଛନ୍ତି । ତେବେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ପାଇଁ ଚନ୍ଦ୍ରବାବୁ ମଦ ଦୋକାନର ଲାଇସେନ୍ସ ପାଇଁ ରହିଥିବା ନୀତିରେ ପରିବର୍ତ୍ତନ କରିଛନ୍ତି । ମଦ ଦୋକାନକୁ ସରକାରୀରୁ ପ୍ରାଇଭେଟ କରାଯିବ । ଲଟେରୀ ଜରିଆରେ ଲାଇସେନ୍ସ ମିଳିବ ।

ଲାଇସେନ୍ସ ପାଇବା ପାଇଁ ୨ ଲକ୍ଷ ଟଙ୍କାର ଆବେଦନ ଶୁଳ୍କ ଦେବାକୁ ହେବ । ଏହା ଆଉ ଫେରସ୍ତ କରାଯିବ ନାହିଁ । ଲାଇସେନ୍ସ ପାଇଁ୪ଟି ସ୍ଲାବ ତି ଆରି କରାଯାଇଛି । ୫୦ ଲକ୍ଷ ଟଙ୍କାରୁ ଆରମ୍ଭ କରି ୮୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ଆନ୍ଧ୍ରପ୍ରଦେଶ ମଦ ପାଇଁ ୧୫ ପ୍ରିମିୟମ ଦୋକାନ ଖୋଲିବାକୁ ଟାଗେର୍ଟ ରହିଛି । ସମସ୍ତ ପ୍ରିମିୟମ ଦୋକାନକୁ ୫ ବର୍ଷ ପାଇଁ ଲାଇସେନ୍ସ ମିଳିବ ।

ଏନଟି ଆର ଜିଲ୍ଲାର ଜିଲ୍ଲାପାଳଙ୍କ କହିବା ମୁତାବକ, ୧୧୩ ମଦ ଦୋକାନ ପାଇଁ ୫,୮୨୫ ଆବେଦନ କରିଛନ୍ତି । ଆବେଦନକାରୀଙ୍କ ସାମ୍ନାରେ ହିଁ ଲଟେରୀ ସିଷ୍ଟମ ଜରିଆରେ ଚୟନ କରାଯିବ । କିଛି ଜଣଙ୍କୁ ରିର୍ଜଭ ମଧ୍ୟ ରଖାଯିବି । ତେବେ ଏହି ସବୁ ନୀତି ଲାଗୁ କରିବା ଦ୍ବାରା ସବୁ ବ୍ରାଣ୍ଡର ମଦର ଦାମ୍ ୯୯ ଟଙ୍କା ରହିବ । ମଦର କ୍ବାଲିଟି, କ୍ବାଣ୍ଟିଟିକୁ ଧ୍ୟାନରେ ରଖି ନୂଆ ମଦ ନୀତି ତିଆରି କରାଯାଇଛି । ସବୁ ମଦ ଦୋକାନକୁ ୨ ର୍ବଷର ଲାଇସେନ୍ସ ମିଳିବ । ଆନ୍ଧ୍ରପ୍ରଦେଶରେ ସକାଳ ୧୦ଟାରୁ ରାତି ୧୦ଟା ଯାଏଁ ମିଳିବ ମଦ ।

You might also like