ଆନ୍ଧ୍ରରେ ବଦଳିଲା ମଦ ନିୟମ, ଏବେ ମାତ୍ର ୯୯ ଟଙ୍କାରେ ମିଳିବ ବୋତଲ !

ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟରେ ନୂତନ ମଦ ନୀତି ଲାଗୁ କରିଛନ୍ତି । ଆଜିଠାରୁ ମଦ ଦୋକାନଗୁଡ଼ିକର ଘରୋଇକରଣ କରାଯାଉଛି । ଏହା ସହିତ ସରକାର ମଦ ବିକ୍ରି ଏବଂ ବିତରଣ ନୀତିରେ ବଡ଼ ପରିବର୍ତ୍ତନ ଆଣିଛନ୍ତି । ଖାସ୍‌ କଥା ହେଉଛି, ମଦପ୍ରିୟ ଲୋକଙ୍କୁ ଏହି ନୀତିରେ ଅନେକ ଆଶ୍ୱସ୍ତି ଦିଆଯାଇଛି ।

ଏଣିକି ରାଜ୍ୟରେ ମଦ ୯୯ ଟଙ୍କାରେ ମିଳିିବ । ଦୋକାନ ଖୋଲିବାର ସମୟ ସୀମାକୁ ଆହୁରି ୩ ଘଣ୍ଟା ବଢ଼ାଇ ଦିଆଯାଇଛି । ଏହି ମଦ ନୀତିରୁ ରାଜ୍ୟ ସରକାର ୨୦୦୦ କୋଟିରୁ ଅଧିକ ଟଙ୍କା ରାଜସ୍ୱ ପାଇବାର ଆଶା ରଖିଛନ୍ତି । ରାଜ୍ୟ କ୍ୟାବିନେଟ୍‌ ଗତ ସେପ୍ଟେମ୍ବରରେ ନୂତନ ଅବକାରୀ ନୀତିକୁ ଅନୁମୋଦନ କରିଥିଲା ।

ଚଳିତ ଅକ୍ଟୋବର ମାସରୁ ନୂଆ ଅବକାରୀ ନିୟମ ଲାଗୁ ହେଉଛି । ଏହି ନୀତି ଅଧୀନରେ ଏବେ ରାଜ୍ୟରେ ମଦର ଦାମ୍‌କୁ ଶସ୍ତା କରିଦିଆଯାଇଛି । ସୁଲଭ ମଦର ଦାମ୍‌ ୯୯ ଟଙ୍କା ଧାର୍ଯ୍ୟ କରାଯାଇଛି । ବର୍ତ୍ତମାନ ୧୮୦ ଏମ୍‌ଏଲ୍‌ ମଦ ବୋତଲ ୯୯ ଟଙ୍କାରେ କିଣାଯାଇ ପାରିବ, ଯେଉଁଥିରେ କେତେକ ବ୍ରାଣ୍ଡ ଅନ୍ତର୍ଭୁକ୍ତ ରହିଛି ।

ନୂଆ ପଲିସିରେ ଦୋକାନଗୁଡ଼ିକର ଘରୋଇକରଣ କରାଯିବ ଏବଂ ମଦ ଦୋକାନଗୁଡ଼ିକ ଆହୁରି ୩ ଘଣ୍ଟା ପାଇଁ ଖୋଲା ରହିବ । ଅନ୍‌ଲାଇନ ଲଟେରୀ ଜରିଆରେ ରାଜ୍ୟରେ ମଦର ଲାଇସେନ୍ସ ବଣ୍ଟାଯିବ । ତିରୁପତି ବ୍ୟତୀତ କେତେକ ଜାଗାରେ ପ୍ରିମିୟମ୍‌ ଦୋକାନ ମଧ୍ୟ ଖୋଲାଯିବ ।

ସରକାର ଲାଇସେନ୍ସ ଦର ବଢ଼ାଇ ଦେଇଛନ୍ତି । ଏଥିରୁ ରାଜ୍ୟ ସରକାର ୨୦୦୦ କୋଟିରୁ ଅଧିକ ଟଙ୍କା ରାଜସ୍ୱ ପାଇବାର ଆଶା ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like