ଦେଶ ବିଦେଶ

ଆନ୍ଧ୍ରପ୍ରଦେଶ YSRCP କଂଗ୍ରେସ ବିଧାୟକଙ୍କ ଦାଦାଗିରି, ପୋଲିଂ ବୁଥରେ ପସି ଭାଙ୍ଗିଲେ ଭୋଟିଂ ମେସିନ: ଭିଡିଓ ଭାଇରଲ

ଆନ୍ଧ୍ରପ୍ରଦେଶ YSRCP କଂଗ୍ରେସ ବିଧାୟକଙ୍କ ଦାଦାଗିରି କରିବାର ଭିଡିଓ ସାମ୍ନାକୁ ଆସିଛି । ଦିନ ଦ୍ୱିପ୍ରହରରେ ପୋଲିଂ ବୁଥରେ ପଶି ଭାଙ୍ଗି ଦେଲେ ଭୋଟିଂ ମେସିନ୍ । ଆନ୍ଧ୍ରପ୍ରଦେଶର ଶାସକ ଦଳ YSRCP ବିଧାୟକ ପି ରାମକୃଷ୍ଣ ରେଡ୍ଡୀ ଏଭଳି କାଣ୍ଡ କରିଛନ୍ତି । ଯାହାର ଭଡିଓ ଭାଇରଲ ହେଉଛି ।

ସାମ୍ନାକୁ ଆସିଥିବା ଭିଡିଓରେ ଜଗନ୍ନ ରେଡ୍ଡୀଙ୍କ ବିଧାୟକ ପୋଲିଂ ବୁଥ ଭିତରେ ପଶି ଇଭିଏମ୍ ମେସିନ୍ ଭାଙ୍ଗିବା ସହ ପୋଲିଂ କର୍ମୀଙ୍କୁ ଧମକ ଦେଉଥିବା ଦେଖିବାକୁ ମିଳିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ନିର୍ବାଚନ ଆୟୋଗ ପୋଲିସକୁ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି । ଭିଡିଓକୁ ପୋଲିସକୁ ହସ୍ତାନ୍ତର କରାଯାଇ ତଦନ୍ତ କରିବାକୁ କହିଛନ୍ତି ନିର୍ବାଚନ ଆୟୋଗ ।

ସୂଚନା ମୁତାବକ, ମାଚରଲା ବିଧାନସଭା ଅଞ୍ଚଳର ବୁଥ ନମ୍ବର ୨୦୨ ଓ ୭ରେ ଇଭିଏମ୍ ଭଙ୍ଗାଯିବା ଯିବା ଭିଡିଓ ଭାଇରଲ ହୋଇଥିଲା । ବିଧାୟକ ପି. ରାମକୃଷ୍ଣ ରେଡ୍ଡୀ ଇଭିଏମ୍କୁ ତଳେ ପକାଇ ଭାଙ୍ଗୁଥିବା ବେଳର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି । ତେବେ ବିଧାୟକ ଜଣକ ଏହି ନିର୍ବାଚନ ମଣ୍ଡଳୀରୁ ଅତିକମରେ ୩ ଥର ଜିତିସାରିଛନ୍ତି । ହେଲେ ବିଧାୟକ ଜଣକ ପୋଲିଂ ବୁଥକୁ ଯାଇ ଭୋଟିଂ ମେସିନ ଭାଙ୍ଗିବାକୁ କେହି ଗ୍ରହଣ କରିପାରୁନାହାନ୍ତି । ଭିଡିଓରେ ଦେଖିବାକୁ ମିଳିଛି କି, ବିଧାୟକ ପୋଲିଂ ବୁଥ ଭିତରକୁ ଯିବା ବେଳେ ଏଜେଣ୍ଟ ତାଙ୍କ ସମ୍ମାନରେ ସିଟରୁ ଉଠିଥିଲେ । ଏହାପରେ ବିଧାୟକ ଜଣକ ଭୋଟିଂ ମେସିନ ପାଖକୁ ଯାଇ ଇଭିଏସକୁ ଧରି କଚାଡି ଦେଇଥିଲେ । ମେସିନର ଏକ ଭାଗ ଭାଙ୍ଗି ବାହାରକୁ ଆସିଯାଇଥିଲା । ଠିକ୍‌ ସେତିକି ବେଳେ ଅନ୍ୟ ଜଣେ ବ୍ୟକ୍ତି ତାଙ୍କ ସହଯୋଗୀ ଉପରେ ହାତ ଉଠାଇବା ସହିତ ରୋକିବାକୁ ଚେଷ୍ଟା କରୁଥିଲେ । ବିଧାୟକ ସେହି ସମୟରେ ସ୍ଥାନ ଛାଡି ଯିବା ବେଳେ ଭାଙ୍ଗି ପଡିଥିବା ଅଂଶକୁ ପୁଣି ଥରେ ଗୋଇଠା ମାରୁଥିବାର ଦେଖିବାକୁ ମିଳିଛି । ଏହାପରେ ଜଣେ ପୋଲିଂ କର୍ମଚାରୀ ଏହାର ଭିଡିଓ ସବୁ ନେଉଥିବାର ଦେଖିବାକୁ ମିଳିଛି ।

ପାଲନାଡୁ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ସମସ୍ତ ମତଦାନ କେନ୍ଦ୍ରର ଭିଡିଓ ଫୁଟେଜକୁ ପୋଲିସକୁ ହସ୍ତାନ୍ତର କରିଛନ୍ତି । ତେବେ ଘଟଣାଟି ୧୩ ମଇରେ ଘଟିଥିଲା । ଏହି ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିଇଓ ମୁକେଶ କୁମାର ମୀନାଙ୍କୁ ଡିଜିପିଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Swagatika

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

12 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

27 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

39 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

40 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago