ବାରମ୍ବାର ପ୍ୟାଣ୍ଟରେ ପରିସ୍ରା କରୁଥିଲା ୩ ବର୍ଷର ବାଳକ, ରାଗରେ ଗୁପ୍ତାଙ୍ଗରେ ନିଆଁ ଲଗେଇ ଦେଲେ ଅଙ୍ଗନୱାଡ଼ି ଶିକ୍ଷକ

ଛାତ୍ରମାନେ ଯଦି କୌଣସି ଭୁଲ୍ କରନ୍ତି, ତାହେଲେ ଶିକ୍ଷକମାନେ ଦଣ୍ଡ ଦେଇଥାନ୍ତି । ଅବଶ୍ୟ, ଏବେ ଦଣ୍ଡ ଦେବା ଉପରେ ନେଇ ଅନେକ ନିୟମ ରହିଛି । କିନ୍ତୁ ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ କର୍ଣ୍ଣାଟକ ଟୁମକୁର ଜିଲ୍ଲାରେ ଏକ ଘୃଣ୍ୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଅଙ୍ଗନୱାଡି ଶିକ୍ଷକ ତିନି ବର୍ଷର ଶିଶୁର ଗୁପ୍ତାଙ୍ଗ ପୋଡ଼ି ଦେଇଥିବାର ଅଭିଯୋଗ ହୋଇଛି, କାରଣ ପିଲାଟି ବାରମ୍ବାର ପରିସ୍ରା କରି ପ୍ୟାଣ୍ଟକୁ ଓଦା କରିଥଲା। କୁହାଯାଇଛି ଯେ ପୀଡିତ ଶିଶୁ ଦଲିତ ‘କୋରମା’ ସମ୍ପ୍ରଦାୟର।

ଖବର ଅନୁଯାୟୀ ଅଙ୍ଗନୱାଡ଼ି କେନ୍ଦ୍ରର ଜଣେ ୨୮ ବର୍ଷୀୟ ସହାୟକ ଶିକ୍ଷକ ଶିଶୁର ଗୁପ୍ତାଙ୍ଗକୁ ପୋଡି ଦେଇଥିବା ବେଳେ ଜଙ୍ଘ ନିକଟରେ ମଧ୍ୟ ଆଘାତ ଲାଗିଛି। ଶିଶୁଟିକୁ ସ୍ଥାନୀୟ ଜନସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି। ଏଥି ସହ ଘଟଣା ସାମ୍ନାକୁ ଆସିବା ମାତ୍ରେ ଜିଲ୍ଲା ଶିଶୁ ସୁରକ୍ଷା କେନ୍ଦ୍ରର ଅଧିକାରୀମାନେ ଗାଁରେ ପହଞ୍ଚିଥିଲେ। ଏହା ବ୍ୟତୀତ ମହିଳା ଏବଂ ଶିଶୁ କଲ୍ୟାଣ ଅଧିକାରୀ ଶିଶୁର ପରିବାର ସଦସ୍ୟଙ୍କ ବିବୃତ୍ତି ରେକର୍ଡ କରିବା ପରେ ଅଙ୍ଗନୱାଡି ଶିକ୍ଷକ ତଥା ସହକାରୀ ଶିକ୍ଷକଙ୍କୁ ନୋଟିସ ଜାରି କରିଛି।

ମାମଲାକୁ ନେଇ ପରିବାର ଲୋକ ପୋଲିସରେ ଏତଲା ଦେଇଛନ୍ତି । ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ଶିକ୍ଷକ ଜଣଙ୍କ ପିଲାର ଗୁପ୍ତାଙ୍ଗଙ୍କୁ ନିଆଁ ଲଗାଇ ଦେଇଥିଲେ କାରଣ ସେ ବାରମ୍ବାର ପ୍ୟାଣ୍ଟରେ ପରିସ୍ରା କରୁଥିଲା । ସେପଟେ ଅଭିଯୁକ୍ତ ଶିକ୍ଷକ ଜଣକ ପିଲାକୁ ଦିଆସିଲି କାଠି ଦେଖାଇ ଡରାଇବାକୁ ଚେଷ୍ଟା କରୁଥିଲେ ବୋଲି କହିଥିଲେ ଆଉ କ୍ଷମା ମାଗି ମାମଲା ସାମାଧାନ କରିବାକୁ ଚାହିଥିଲେ । କିନ୍ତୁ ଶିଶୁର ପରିବାର ଲୋକ କଡ଼ା ପଦକ୍ଷେପ ନେବା ସହ ଏଫଆଇଆର କରିଥିଲେ । ପୋଲିସର କହିବା ଅନୂଯାୟୀ ଅଙ୍ଗନୱାଡ଼ି କେନ୍ଦ୍ରର ଆସିଷ୍ଟାଣ୍ଟ ଟିଚରଙ୍କୁ ଜୁଭେନାଇଲ ଜଷ୍ଟିସ ଆକ୍ଟ ୨୦୧୫ ଆଇପିସି ଧାରା ୨୮୫ ଅନୂଯାୟୀ ଗିରଫ କରାଯାଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶିଶୁର ମା ୧୫ ଦିନ ପୂର୍ବରୁ କର୍କଟ ରୋଗରେ ମୃତ୍ୟୁ ବରଣ କରିଥିଲେ। ତେବେ ପିଲାଟିର ଯତ୍ନ ତାଙ୍କ ପିତା ଏବଂ ଜେଜେମା ନେଉଛନ୍ତି।କୁହାଯାଉଛି ଯେ ଶିଶୁର ପିତାମାତା ବର୍ଷ ବର୍ଷ ଧରି ଚିକମାଗାଲୁରର ଏକ କଫି ଇଷ୍ଟେଟରେ କାମ କରୁଥିଲେ ଏବଂ କେବଳ ମା’ଙ୍କ ମୃତ୍ୟୁ ପରେ ଗୋଦେକେରେ ଯାଇଥିଲେ।

Leave A Reply

Your email address will not be published.