ପୁଣି ଚୀନ୍ ଘେରାବନ୍ଦୀରେ ତାଇଓ୍ଵାନ, ବଢ଼ୁଛି ଉତ୍ତେଜନା

ନୂଆଦିଲ୍ଲୀ : ଚୀନ୍-ତାଇଓ୍ଵାନ ସାନି ଉତ୍ତେଜନା ସୃଷ୍ଟି ହୋଇଛି । ପୁଣି ଚୀନ୍ ଘେରାବନ୍ଦୀରେ ତାଇଓ୍ଵାନ । ତାଇଓ୍ଵାନ୍ ଚାରିପାଖ ସମୁଦ୍ର ଓ ଆକାଶରେ ଚୀନ୍ର ମିଳିତ ସମରାଭ୍ୟାସ ଜାରି ରହିଛି । ଚକ୍କର କାଟୁଛନ୍ତି ଯୁଦ୍ଧ ଜାହାଜ ଓ ଫାଇଟର ଜେଟ୍ । ସାନି ସମରାଭ୍ୟାସ ଆରମ୍ଭ କରିଛି ପିପୁଲ୍ସ ଲିବରେସନ୍ ଆର୍ମୀର ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡ।

ଆମେରିକାର ଏକ ପ୍ରତିନିଧି ଦଳ ତାଇଓ୍ଵାନରେ ପହଞ୍ଚିବା ପରେ ଏହାର ଜବାବ ସ୍ୱରୂପ ସମରାଭ୍ୟାସ ଆରମ୍ଭ କରିଦେଇଛି ଚୀନ୍ । ୧୨ ଦିନ ପୂର୍ବରୁ ତାଇଓ୍ଵାନ ଆସିଥିଲେ ଆମେରିକା ହାଉସ୍ ସ୍ପିକର ନାନ୍ସୀ ପେଲୋସୀ। ତାଙ୍କ ଗସ୍ତକୁ ତୀବ୍ର ବିରୋଧ କରିଥିଲା ଚୀନ୍ । ଏହାର ଜବାବରେ ତାଇଓ୍ଵାନକୁ ଘେରାବନ୍ଦୀ କରି ଯୁଦ୍ଧର ଟ୍ରେଲର ଦେଖାଇଥିଲା ଡ୍ରାଗନ୍। ତାଇଓ୍ଵାନ ଉପକୂଳକୁ ଘନଘନ ମିସାଇଲ ମାଡ଼କରି ଆତଙ୍କ ସୃଷ୍ଟି କରିଥିଲା। ଏହାକୁ ନେଇ ଆମେରିକା ଓ ଚୀନ୍ ମଧ୍ୟ ମୁହାଁମୁହିଁ ହୋଇଥିଲେ ।

ଉତ୍ତେଜନା ଏବେ ବି ପ୍ରଶମିତ ହୋଇନି। ତାଇଓ୍ଵାନକୁ ଆସିଛି ଆମେରିକା କଂଗ୍ରେସର ଆଉ ଏକ ଉଚ୍ଚସ୍ତରୀୟ ଟିମ୍। ସେନ୍ ମାର୍କିଙ୍କ ନେତୃତ୍ୱରେ ଆସିଛନ୍ତି ୫ ଜଣିଆ ପ୍ରତିନିଧି ମଣ୍ଡଳୀ। ଏହି ପ୍ରତିନିଧି ମଣ୍ଡଳୀ ତାଇଓ୍ଵାନ ନେତାଙ୍କୁ ଭେଟିଛନ୍ତି। ତାଇଓ୍ଵାନ ରାଷ୍ଟ୍ରପତିଙ୍କୁ ମଧ୍ୟ ସାକ୍ଷାତ କରିଛି ପ୍ରତିନିଧି ମଣ୍ଡଳୀ। ଆମେରିକା ଟିମ୍କୁ ଧନ୍ୟବାଦ ଦେଇଛି ତାଇଓ୍ଵାନ ବିଦେଶ ମନ୍ତ୍ରାଳୟ।

ତାଇଓ୍ଵାନକୁ ଆଉ ଏକ ଉଚ୍ଚସ୍ତରୀୟ ଟିମ୍ ପଠାଇ ଚୀନ୍କୁ ପୁଣି ଉସ୍କାଇଛି ଆମେରିକା। ପିଏଲଏର ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡ କହିଛି ଦେଶର ସାର୍ବଭୌମତା, ଶାନ୍ତି ଏବଂ ସ୍ଥିରତା ରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ। ଆମେରିକାର ରାଜନୀତିର ଖେଳ ତାଇଓ୍ଵାନରେ ଶାନ୍ତି ଓ ସ୍ଥିରତାକୁ ବ୍ୟାହତ କରୁଛି।

ଚୀନ୍ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଆମେରିକା ପ୍ରତିନିଧିମଣ୍ଡଳୀର ଏହି ଅଚାନକ ଗସ୍ତ ଚୀନ୍ର ସାର୍ବଭୌମତା ଓ ଆଞ୍ଚଳିକ ଏକତାକୁ ଉଲଂଘନ କରୁଛି। ଚୀନ ବୈଦେଶିକ ମନ୍ତ୍ରାଳୟ ମୁଖ୍ୟପାତ୍ର ଓ୍ଵାଙ୍ଗ େଓ୍ଵନ୍ବିନ୍ ଆମେରିକାକୁ ଚେତାବନୀ ଶୁଣାଇଛନ୍ତି। ଚୀନ୍-ଆମେରିକା ସଂପର୍କ ଆଉ ଅଧିକ ଖରାପ ନହେଉ ବୋଲି କହିଛନ୍ତି େଓ୍ଵନ୍ବିନ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.