‘ଦଳର ମୁଖିଆ ଚାହିଁଲେ, ମୁଁ ମୁଖ୍ୟମନ୍ତ୍ରୀ ହେବି’, ଟ୍ରେଣ୍ଡରେ ବିଜେପି ଆଗୁଆ ହେବା କ୍ଷଣି ଇଚ୍ଛା ହାଜିର କଲେ ଅନିଲ ବିଜ୍

ହରିୟାଣା ବିଧାନସଭା ନିର୍ବାଚନର ଟ୍ରେଣ୍ଡରେ ବିଜେପିକୁ ବହୁମତ ମିଳିବା କ୍ଷଣି ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ହାଜିର କରିଛନ୍ତି ବରିଷ୍ଠ ନେତା ଅନିଲ ବିଜ୍ । ଦଳର ମୁଖିଆ ଯଦି ଚାହିଁବେ, ସେ ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜ୍ କହିଛନ୍ତି ।
ଅନିଲ ବିଜ୍ ହରିୟାଣାରେ ମତଦାନ କରିବା ପରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏହାପୂର୍ବରୁ ମଧ୍ୟ ସେ ସିଏମ୍ ହେବାକୁ ଇଚ୍ଛା ହାଜିର କରି ନିଜକୁ ଜଣେ ବରିଷ୍ଠ ନେତା ବୋଲି କହିଥିଲେ ।
ଯଦିଓ ଅନିଲ ବିଜ୍ଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଚେୟାରରେ ବସିବା ସହଜ ହେବ ନାହିଁ । କାରଣ, ରାଜ୍ୟର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନିଙ୍କ ନେତୃତ୍ୱରେ ଦଳ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି । ଏମିତିରେ ଯଦି ବିଜେପି ଜିତେ, ତା’ ହେଲେ ମୁଖ୍ୟମନ୍ତ୍ରୀଙ୍କ ଚେୟାରରେ ସବୁଠାରୁ ମଜବୁତ ଦାବି ତାଙ୍କରି ହିଁ ରହିବ ।
ଅନିଲ ବିଜ୍ ଗଣମାଧ୍ୟମ ସାମ୍ନାକୁ ଆସି ଭାବପ୍ରବଣ ହୋଇ ସିଏମ୍ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ ।