୧୧୫ତମ କାର୍ଯ୍ୟକ୍ରମରେ ଆନିମେସନ କ୍ଷେତ୍ରକୁ ପ୍ରଶଂସା: ନରେନ୍ଦ୍ର ମୋଦି

ମନ କି ବାତ ୧୧୫ତମ କାର୍ଯ୍ୟକ୍ରମରେ ଆନିମେସନ  କ୍ଷେତ୍ରକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ଭାରତ ସବୁ ଯୁଗରେ କିଛି ନା କିଛି ଚାଲେଞ୍ଜର ସାମ୍ନା କରିଥାଏ । ଆଜି ମନ କି ବାତରେ ଏପରି ଦୁଇ ମହା ନାୟକଙ୍କ ଚର୍ଚ୍ଚା କରିବାକୁ ଯାଉଛି ଯାହାଙ୍କଠାରେ ସାହାସ ଓ ଦୁରଦୃଷ୍ଟି ଥିଲା । ଦେଶ ସେମାନଙ୍କର ୧୫୦ ତମ ଜୟନ୍ତି ପାଳନ କରିବାକୁ ସ୍ଥିର କରିଛି । ୩୧ ଅକ୍ଟୋବର ସରଦାର ପଟଲେଙ୍କର ୧୫୦ ତ୍ତମ ଜୟନ୍ତି ର୍ବଷ ଆରମ୍ଭ ହେଵ । ଏହାପରେ ନଭେମ୍ବର ୧୫ରେ ଭଗବାନ ବିର୍ଷା ମୁଣ୍ଡାଙ୍କର ୧୫୦ ତମ ଜୟନ୍ତି ର୍ବଷ ଆରମ୍ଭ ହେଵ ।

ଏହି ଦୁଇ ମହାନ ନାୟକଙ୍କ ପାଇଁ ଚାଲେଞ୍ଜ ଅଲଗା ଥିଲା କିନ୍ତୁ ଦୃଷ୍ଟିକୋଣ ଗୋଟିଏ ଥିଲା ତାହା ହେଉଛି ଦେଶର ଏକତା ଆତ୍ମନିର୍ଭରଶୀଳ ଆମ ପାଇଁ ନୀତି ନୁହେଁ ଆମ ପାଇଁ ଉତ୍ସାହ । କେହି କହୁଥିଲେ କି ଭାରତରେ ଜଟିଳ ପ୍ରଯୁକ୍ତି ବିଦ୍ୟା ବିକଶିତ ହେଉଥିଲେ ମଧ୍ୟ ଏହାକୁ କେହି ବିଶ୍ବାସ କରୁ ନଥିଲେ । ତ ଆଉ କିଏ ଉପହାସ କରୁଥିଲେ ।କିନ୍ତୁ ଆଜି ସେହି ଲୋକମାନେ ଦେଶରେ ହୋଇଥିବା ସଫଳତା ପାଇଁ ଚକିତ ହୋଇଛନ୍ତି । ଆମ ଦେଶ ଏବେ ଆତ୍ମ ନିର୍ଭରଶୀଳ ହୋଇଛି ଏହା ସହ ସବୁ କ୍ଷେତ୍ରରେ ସଫଳତା ଆଣିବାରେ ସାମର୍ଥ୍ୟ ହୋଇପାରିଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲିକୁ ଅର୍ଥାତ୍ ଅକ୍ଟୋବର ୨୮କୁ ବିଶ୍ୱ ଆନିମସେନ୍ ଦିବସ ପାଳନ କରିବାକୁ ଘୋଷଣା କରିଛନ୍ତି । ଆମେ ଭାରତକୁ ଗ୍ଲୋବାଲ୍ ଆନିମେସନ  ପାୱାର ହାଉସ୍ କରିବା ପାଇଁ ସଂକଳ୍ପ ନେଇଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମନକି ବାତରେ ୧୧୫ ଏପିସୋଡରେ ପ୍ରଦାନମନ୍ତ୍ରୀ ମୋଦୀ କହିଛନ୍ତି କି ଏବେ ଆତ୍ମ ନିର୍ଭରଶୀଳ ଭାରତ ଅଭିଯାନ ଏକ ଜନ ଆନ୍ଦୋଳନ ଭଳି ତିଆରି ହୋଇଯାଇଛି । ଏହି ମାସରେ ଆମେ ଲଦାଖରେ ଥିବା ହାନଲରେରେ ସବୁଠାରୁ ବଡ ଇମଜେିଙ୍ଗ ଟେଲି ସ୍କୋପ ଏମଏସିଇର ଉଦଘାଟନ କରିଥିଲୁ । ର୍ବତ୍ତମାନ ସମୟରେ ଭାରତର ପ୍ରତିଭା ବିଦେଶୀ ଉତ୍ପାଦନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି ।

ସ୍ପାଇର୍ଡ ମ୍ୟାନ୍ ହେଉ କିମ୍ବା ଟ୍ରାନ୍ସର୍ଫର୍ମସ ହୁଅନ୍ତୁ, ଲୋକମାନେ ଏହି ଦୁଇଟି ଚଳଚ୍ଚିତ୍ରରେ ହରିନାରାୟଣ ରାଜୀବଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଆଜିର ଯୁବପିଢି ଏପରି କଣ୍ଟଣେ୍ଟ ପ୍ରସ୍ତୁତ କରୁଛନ୍ତି, ଯେଉଁଥିରେ ଭାରତୀୟ ସଂସ୍କୃତିର ପ୍ରତିଫଳନ ହବୋ ସହ ଏହାକୁ ସମଗ୍ର ବିଶ୍ୱରେ ପସନ୍ଦ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଏବେ ଆନିମେସନ  ସକେ୍ଟର ଏକ ଇଣ୍ଡଷ୍ଟ୍ରିର ରୂପ ନେଇଛି, ଯାହା ଅନ୍ୟ ଶିଳ୍ପକୁ ବି ଶକ୍ତି ଦେଉଛି । ମୋବାଇଲ୍ ଫୋନ୍ ଆମଦାନୀ କରୁଥିବା ଭାରତ ଆଜି ବିଶ୍ୱର ଏକ ପ୍ରମୁଖ ଉତ୍ପାଦକ ହୋଇପାରିଛି ।