୩୨ଟି ଚିଠି ଏବଂ ୫ ବର୍ଷ ପରେ . . . ପୁଣି ଥରେ ଅନଶନରେ ବସିଲେ ଆନ୍ନା ହଜାରେ

ନୂଆଦିଲ୍ଲୀ : ଲୋକପାଳ ନିଯୁକ୍ତିରେ ବିଳମ୍ବ ନେଇ ପ୍ରତିବାଦ । ୩୨ଟି ଚିଠି ଏବଂ ୫ ବର୍ଷ ପରେ ପୁଣି ଅନଶନରେ ବସିଲେ ସମାଜସେବୀ ଆନ୍ନା ହଜାରେ। ମହାରାଷ୍ଟ୍ରର ରାଲେଗାଓଁ ସିଦ୍ଧିରେ ଆମରଣ ଅନଶନରେ ବସିଛନ୍ତି ଆନ୍ନା ହଜାରେ । ଲୋକପାଳ ନିଯୁକ୍ତି ନେଇ ବାରମ୍ବାର ପ୍ରତିଶ୍ରୁତି ଦେଇ ଚାଲିଛନ୍ତି କେନ୍ଦ୍ର ସରକାର । ହେଲେ ପ୍ରତିଶ୍ରୁତି ରଖୁନାହାନ୍ତି । କେନ୍ଦ୍ର ସରକାର ଲୋକପାଳ ନିଯୁକ୍ତି କରିବାରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଆନ୍ନା ହଜାରେ । ମହାତ୍ମା ଗାନ୍ଧିଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆଜିଠୁ ଅନଶନ ଆରମ୍ଭ କରିଛନ୍ତି ଆନ୍ନା । ଲୋକପାଳ ଓ ଲୋକାୟୁକ୍ତ ନିଯୁକ୍ତି ନେଇ ୨୦୧୩ ଡିସେମ୍ବରରେ ସଂସଦରେ ବିଲ ଆଗତ ହୋଇଥିଲା। କିନ୍ତୁ ଏହା ବର୍ତ୍ତମାନ ସୁଦ୍ଧା ଲାଗୁ ହୋଇନଥିବାରୁ ଆନ୍ନା କ୍ଷୋଭ ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.