ସାରା ଦେଶରେ ଜଳୁଛି ଅଗ୍ନିପଥ ନିଆଁ! ଆଜି ବିହାର ବନ୍ଦ, ସମର୍ଥନ ଜଣାଇଲେ ଆର୍‌ଜେଡି ଓ ବାମପନ୍ଥୀ

ସାରା ଦେଶରେ ସେନା ନିଯୁକ୍ତିର ନୂଆ ଯୋଜନା ‘ଅଗ୍ନିପଥ’କୁ ନେଇ ନିଆଁ ଜଳୁଛି। ଏହାରି ଭିତରେ କିଛି ଛାତ୍ର ସଙ୍ଗଠନ ବିହାର ବନ୍ଦ ଆହ୍ଵାନ କରିଛନ୍ତି। ଛାତ୍ର ସଙ୍ଗଠନଗୁଡ଼ିକ ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି ବିହାର ବନ୍ଦ ଘୋଷଣା କରିଛନ୍ତି, ଯେଉଁଥିରେ ଆର୍‌ଜେଡି ଏବଂ ବାମପନ୍ଥୀ ଦଳଗୁଡ଼ିକ ସମର୍ଥନ ଦେଇଛନ୍ତି।

ମୁକେଶ ସହନୀଙ୍କ ଦଳ ଭିଆଇପି ଏବଂ ଜିତନରାମ ମାଞ୍ଝିଙ୍କ ଦଳ ହମ୍‌ ମଧ୍ୟ ବିହାର ବନ୍ଦକୁ ସମର୍ଥନ ଜଣାଇଛନ୍ତି। ଇତି ମଧ୍ୟରେ ବିହାରର ଅଧିକାଂଶ ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି, ଯେପରି ଗୁଜବକୁ ରୋକାଯାଇ ପାରିବ।

ଆର୍‌ଜେଡିର ବିହାର ୟୁନିଟ୍‌ ଅଧ୍ୟକ୍ଷ ଜଗଦାନନ୍ଦ ସିଂ ବାମପନ୍ଥୀ ଦଳର ନେତାମାନଙ୍କ ଉପସ୍ଥିତିରେ ବିହାର ବନ୍ଦକୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି, ଯେଉଁ ଛାତ୍ର ଏବଂ ଛାତ୍ର ସଙ୍ଗଠନ ଅଗ୍ନିପଥ ଯୋଜନାକୁ ବିରୋଧ କରୁଛନ୍ତି, ଆମେ ସେମାନଙ୍କୁ ସମର୍ଥନ କରିବୁ।

ସେ ଆହୁରି କହିଛନ୍ତି ଯେ ସେନାରେ ଏହି ପ୍ରକାରର ଅସ୍ଥାୟୀ ନିଯୁକ୍ତି ହାନିକାରକ ଏବଂ ଏହା ଦେଶର ଯୁବପିଢ଼ିମାନଙ୍କ ହିତରେ ନାହିଁ। କହି ରଖୁଛୁ, ଅଗ୍ନିପଥ ନିଯୁକ୍ତି ଯୋଜନାକୁ ତୁରନ୍ତ ଉଠାଇ ନେବାକୁ ଦାବି କରି ଅଖିଳ ଭାରତୀୟ ଛାତ୍ର ସଂଘ (ଆଇସା) ସମେତ ଅନେକ ଛାତ୍ର ସଙ୍ଗଠନ ଜୁନ୍‌ ୧୮କୁ ବିହାର ବନ୍ଦ ଡାକରା ଦେଇଛନ୍ତି।

Leave A Reply

Your email address will not be published.