ବିଜେପି ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା, ବାଦ୍ ପଡିଲେ ମେନେକା ଓ ବରୁଣ ଗାନ୍ଧୀ

ନୂଆଦିଲ୍ଲୀ: ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା କରିଛି ବିଜେପି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଘୋଷଣା କରିଛନ୍ତି । କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୮୦ ଜଣଙ୍କ ନାଁ ରହିଛି । ଓଡ଼ିଶାରୁ ଏହି କମିଟିରେ ୩ ଜଣଙ୍କୁ ସ୍ଥାନ ମିଳିଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବଙ୍କ ସହ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ସ୍ଥାନ ପାଇଛନ୍ତି । ଏପଟେ ଜାତୀୟ କାର୍ଯ୍ୟକାରିଣୀରୁ ବାଦ ପଡିଛନ୍ତି ମେନେକା ଓ ବରୁଣ ଗାନ୍ଧୀ । ବରୁଣ ଗାନ୍ଧୀ ଲଖିମପୁର ଖେରି ହିଂସାକୁ ବିରୋଧ ଏବଂ କୃଷି ଆଇନକୁ ସମର୍ଥନ କରିଥିବାରୁ ବିଜେପି ଏଭଳି କରିଥିବା ଚର୍ଚ୍ଚ ହେଉଛି । ଏକମାତ୍ର ବିଜେପି ନେତା ଭାବେ ଖେରି ହିଂସା ଉପରେ ସ୍ୱର ଉଠାଇଥିଲେ ବରୁଣ ଗାନ୍ଧୀ।

ଏଥି ସହ ବିନୟ କଟିୟାରଙ୍କୁ ମଧ୍ୟ ସ୍ଥାନ ଦିଆଯାଇ ନାହିଁ । କଂଗ୍ରେସ ଛାଡି ବିଜେପିରେ ମିଶିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିବା ମିଥୁନ ଚକ୍ରବର୍ତ୍ତୀଙ୍କୁ ସ୍ଥାନ ମିଳିଛି । କମିଟିରେ ଲାଲକୃଷ୍ଣ ଆଡଭାନୀ ଓ ମୂରଲୀ ମନୋହର ଯୋଶୀଙ୍କ ସହ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ଅମିତ ଶାହ, ନୀତିନ ଗଡ଼କରୀ ଓ ପୀୟୂଷ ଗୋୟଲ ପ୍ରମୁଖ ବରିଷ୍ଠ ନେତା ଅଛନ୍ତି । ୮୦ ଜଣ ନିୟମିତ ସଦସ୍ୟଙ୍କ ଜାତୀୟ କାର୍ଯ୍ୟକାରିଣୀରେ ୫୦ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦ୍ୟସ୍ୟ ଓ ୧୭୯ ଜଣ ସ୍ଥାୟୀ ସଦସ୍ୟଙ୍କୁ ସ୍ଥାନ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.