୪୭ ବର୍ଷ ପରେ ସ୍ନାତକ ଡିଗ୍ରୀ ଲାଭ କଲେ ଭଜନ ଗାୟକ ଅନୁପ ଜଲୋଟା, କହିଲେ- ‘ଦ୍ୱିତୀୟ ଥର ପାଇଁ ପଦ୍ମଶ୍ରୀ ପାଇବା ଭଳି ଲାଗୁଛି’

ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟକୁ ୧୦୦ ବର୍ଷ ପୂରଣ ହେବା ଅବସରରେ ପାଳିତ ହୋଇଛି ଗୋଲ୍ଡେନ୍‌ ଜୁବୁଲି। ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକପ୍ରିୟ ଭଜନ ଗାୟକ ଅନୁପ ଜଲୋଟା ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମରେ ୪୭ ବର୍ଷ ପରେ ନିଜ ସ୍ନାତକ ଡିଗ୍ରୀ ନେଇଛନ୍ତି ଅନୁପ। ବିଶ୍ୱବିଦ୍ୟାଳୟର ଉପକୁଳପତି ଆଲୋକ କୁମାର ରାୟ ତାଙ୍କୁ ସମ୍ମାନିତ କରିଛନ୍ତି। ଅନୁପ ଜଲୋଟା କହିଛନ୍ତି ଏହା ମୋ ପାଇଁ ଦ୍ୱିତୀୟ ଥର ପଦ୍ମଶ୍ରୀ ମିଳିବା ଭଳି ଅନୁଭବ।

ଏ ଅବସରରେ ଅନୁପ ନିଜ ପିଲାବେଳର ସ୍ମୃତି ବଖାଣିଛନ୍ତି। ସେ କହିଛନ୍ତି ‘ପିଲାବେଳୁ ମୋର ସଙ୍ଗୀତ ପ୍ରତି ପ୍ରବଳ ଆଗ୍ରହ ଥିଲା ଓ ମୁଁ ମୁମ୍ବାଇ ଯିବାକୁ ଚାହୁଁଥିଲି। ଏନେଇ ବାପାଙ୍କୁ କହିବାରୁ ସେ ସର୍ତ୍ତ ରଖିଥିଲେ ପ୍ରଥମେ ସ୍ନାତକ ପାସ୍‌ କର ତା’ପରେ ମୁମ୍ବାଇ ଯିବାକୁ ଦେବି। ଏହା ପରେ ସ୍ନାତକ ପାସ୍‌ କରିଥିଲେ ମଧ୍ୟ ମୋତେ ଡିଗ୍ରୀ ମିଳିପାରିନଥିଲା। ଏବେ ଭାଇସ୍‌ ଚାନ୍‌ସଲର ଫୋନ୍‌ କରିବାକୁ ମୁଁ ଡିଗ୍ରୀ ନେବାକୁ ଆସିଛି’।

ଅନୁପ ଜଲୋଟା କହିଛନ୍ତି ‘ପିଲାବେଳେ ମୋର ପଢ଼ାରେ ମନ ଲାଗୁନଥିଲା। କିନ୍ତୁ ମୁଁ ଜଣେ ଭଲ ବିଦ୍ୟାର୍ଥୀ ଥିଲି। ସେ କହିଛନ୍ତି ମୁଁ ପ୍ରଥମେ ସହ-ଗାୟକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ସେତେବେଳେ ମୋତେ ୩୨୦ ଟଙ୍କା ମିଳିଥିଲା’। ଏବେ ମୋତେ ୪୭ ବର୍ଷ ପରେ ଡିଗ୍ରୀ ମିଳିଛି ବୋଲି କହିଛନ୍ତି ଅନୁପ ଜଲୋଟା। ବିଶ୍ୱବିଦ୍ୟାଳୟର ଗୋଲ୍ଡେନ୍‌ ଜୁବୁଲି ବେଳେ ତାଙ୍କୁ ସ୍ନାତକ ଡିଗ୍ରୀ ମିଳିଥିବାରୁ ସେ ଗର୍ବିତ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.