ଦେଶ ବିଦେଶ

ଅଣ୍ଡିରା ଚିତା ଆକ୍ରମଣରେ ମାଈ ଚିତା ‘ଦାକ୍ଷା’ର ମୃତ୍ୟୁ, କୁନୋରେ ଏ ପର୍ଯ୍ୟନ୍ତ ମଲେଣି ୩ ଚିତା

ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ ଘଟିଛି। ପରସ୍ପର ମଧ୍ୟରେ ଲଢ଼େଇରେ ମାଈ ଚିତା ‘ଦାକ୍ଷା’ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ନାମ୍ବିଆରୁ ଆସିଥିବା ଦୁଇ ଚିତାଙ୍କର ମୃତ୍ୟୁ ଘଟିଥିଲା।

ମିଳିଥିବା ସୂଚନା ମୁତାବକ, ସକାଳ ପ୍ରାୟ ୧୦ଟା ୪୫ରେ ମାଈ ଚିତା ‘ଦାକ୍ଷା’କୁ ମନିଟରିଂ ଟିମ୍‌ ଆହତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏହାପରେ ସଙ୍ଗେ ସଙ୍ଗେ ତା’ର ଚିକିତ୍ସା କରାଯାଇଥିଲା, ହେଲେ ମଧ୍ୟାହ୍ନ ୧୨ଟାରେ ଦାକ୍ଷା ସବୁଦିନ ପାଇଁ ଆଖି ବୁଜି ଦେଇଥିଲା। ଅଣ୍ଡିରା ଚିତାର ଆକ୍ରମଣରେ ମାଈ ଚିତାର ମୃତ୍ୟୁ ଘଟିଥିବା କୁହାଯାଉଛି। ସୂତ୍ରରୁ ଜଣାପଡ଼ିଛି ଯେ କୁନୋ ଜାତୀୟ ଉଦ୍ୟାନରେ ଗତ ୩ ମାସ ମଧ୍ୟରେ ଏହା ହେଉଛି ତୃତୀୟ ଚିତା ମୃତ୍ୟୁ।

ସେପଟେ କୁନୋ ଜାତୀୟ ଉଦ୍ୟାନରେ ଚିତାମାନଙ୍କୁ ଏନ୍‌କ୍ଲୋଜର ବାହାରେ ଖୋଲା ଜଙ୍ଗଲରେ ଛଡ଼ାଯିବା ପାଇଁ ପ୍ରସ୍ତୁତି ଚାଲିଛି। ଜୁନ୍‌ରେ ମୌସୁମୀ ଆସିବା ପୂର୍ବରୁ ଚିତାମାନଙ୍କୁ ରିଲିଜ୍‌ କରାଯିବ। କୁନୋ ସୂତ୍ରରୁ ଜଣାପଡ଼ିଛି ଯେ ଜୁନ୍‌ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ଚିତାମାନଙ୍କୁ ଖୋଲା ଜଙ୍ଗଲରେ ଛଡ଼ାଯିବା ପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ମଧ୍ୟ ପ୍ରଦେଶ ଓ୍ଵାର୍ଲ୍ଡଲାଇଫ୍‌ ଅଥରିଟି ଆଉ ୫ ଚିତାଙ୍କୁ ଏନ୍‌କ୍ଲୋଜରରୁ ମୁକ୍ତ କରିବେ।

Roshni

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

21 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

22 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago