ଜମ୍ମୁ କଶ୍ମୀରରେ ପୁଣି ଏନକାଉଣ୍ଟର: ଜଣେ ପୋଲିସ କନଷ୍ଟେବଳ ସହିଦ, ୨ ଜଣ ଆହତ

ଜମ୍ମୁ କାଶ୍ମୀରରେ ପୁଣି ଏନକାଉଣ୍ଟର । କଠୁଆ ମଣ୍ଡଲି ଅଞ୍ଚଳରେ ଚାଲିଛି ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ । ଜଣେ ପୋଲିସ କନେଷ୍ଟବଳ ସହିଦ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ହେଡ୍ କନେଷ୍ଟବଳ ବସିର ଅହମ୍ମଦ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଛନ୍ତି। ଜମ୍ମୁ କାଶ୍ମୀର ପୋଲିସର ଜଣେ ASI ଓ ଜଣେ ଡେପୁଟୀ SP ଆହତ ହୋଇଛନ୍ତି । ଏନକାଉଣ୍ଟର ଜାରି ରହିଛି। ଗତକାଲି ସଂଧ୍ୟାରୁ ଚାଲିଛି ଗନ୍ ଫାଇଟ । ଏହି ଅଞ୍ଚଳରେ ୩-୪ ଜଣ ଜୈଶ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସର୍ଚ୍ଚ ଅପରେସନ୍ ବେଳେ ଦୁଇ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ସୂଚନା ଅନୁସାରେ ଗତକାଲି ସକାଳୁ ସକାଳୁ ଜମ୍ମୁ କଶ୍ମୀରର କୁଲଗାମରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଏନକାଉଣ୍ଟରରେ ୩ ଜଣ ଯବାନ ଏବଂ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ସେମାନଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆତଙ୍କୀ ଜମ୍ମୁ କଶ୍ମୀରରେ ଲଗାତାର ଅଶାନ୍ତି କରିବାକୁ ଚେଷ୍ଟା କରୁଛନ୍ତି । ଏହାକୁ ଦେଖି ଘାଟିରେ ଆତଙ୍କୀକୁ ଖୋଜିବା ପାଇଁ ଲଗାତାର ସର୍ଚ୍ଚ ଅପରେସନ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like