ତାଇଓ୍ଵାନରେ ପ୍ରକୃତି ରଚୁଛି ତାଣ୍ଡବ: ଭାଙ୍ଗିଛି ବହୁ ଘରଦ୍ୱାର, ପାହାଡ଼ ଧସି ଯାଇଥିବାରୁ ଅଟକି ରହିଛନ୍ତି ୪୦୦ ପର୍ଯ୍ୟଟକ

ନୂଆଦିଲ୍ଲୀ : ତାଇଓ୍ଵାନକୁ ଦୋହଲାଇ ଦେଇଛି ଭୂକମ୍ପ । ଅନେକ କ୍ଷୟକ୍ଷତି ହୋଇଛି । ଘରଦ୍ୱାର ଭାଙ୍ଗି ଯାଇଛି । ରାସ୍ତା କଡ଼ରୁ ପଥର ଖଣ୍ଡ ଖସୁଛି। ଏକ ପାହାଡ଼ ପାର୍ଶ୍ୱରେ ୪୦୦ ପର୍ଯ୍ୟଟକ ଫସି ରହିଛନ୍ତି। ପାହାଡ଼ ଧସି ଯାଇଥିବାରୁ ବାହାରି ପାରୁନାହାନ୍ତି ପର୍ଯ୍ୟଟକ । ସେହିଭଳି ପାସେଞ୍ଜର ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଯାଇଛି। ଏକ ବିଲ୍‌ଡିଂର ସିଲିଂ ଭୁଶୁଡ଼ି ପଡ଼ିଛି। ଆଉ ଏକ ବିଲ୍‌ଡିଂରେ ୪ ଜଣ ଫସି ରହିଛନ୍ତି । ବହୁ କୋଠବାଡ଼ି ଭାଙ୍ଗି ଯାଇଛି। କ୍ଷୟକ୍ଷତିର ସଂପୂର୍ଣ୍ଣ ରିପୋର୍ଟ ମିଳିପାରି ନାହିଁ । ଶକ୍ତିଶାଳୀ ଭୂକମ୍ପରେ ପୂରା ଦୋହଲି ଯାଇଛି ତାଇଓ୍ଵାନ । ତାଇତୁଙ୍ଗରେ ଭୂକମ୍ପର କେନ୍ଦ୍ର ସ୍ଥଳ ଥିଲା। ଭୂପୃଷ୍ଠରୁ ୭ କିଲୋମିଟର ତଳେ ସୃଷ୍ଟି ହୋଇଥିଲା କମ୍ପନ।

ସେପଟେ, ଜାପାନର ପାଣିପାଗ ବିଭାଗ ପକ୍ଷରୁ ସୁନାମୀ ପାଇଁ ସତର୍କ କରାଯାଇଛି। ଏହି ସୁନାମୀରେ ୩.୨ ଫୁଟ ଉଚ୍ଚର ଲହରୀ ଆସିବା ନେଇ ଆଲର୍ଟ କରାଯାଇଛି। କାରଣ ଓକିନାବାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ତାଇୱାନ ରିଙ୍ଗ ଅଫ ଫାୟାର କ୍ଷେତ୍ରରେ ଆସିଥାଏ। ଏଠାରେ ସବୁଠାରୁ ଅଧିକ ଭୂମିକମ୍ପ ଅନୁଭୂତ ହୋଇଥାଏ। ସୁନାମୀ ହୋଇଥାଏ। ଜ୍ବାଳାମୁଖୀ ଉଦ୍‌ଗୀରଣ ମଧ୍ୟ ହୋଇଥାଏ ଏହି କ୍ଷେତ୍ର ମଧ୍ୟରେ। ତାଇବାନ ଦୁଇ ଟେକ୍ଟୋନିକ ପ୍ଲେଟର ଏକଦମ ନିକଟରେ ରହିଛି। ବିଭିନ୍ନ ସମୟରେ ହୋଇଥିବା ଭୂକମ୍ପକରେ ବହୁ ଧନଜୀବନ ହାନୀ ଘଟିଛି ଏଠାରେ।

Leave A Reply

Your email address will not be published.